ବିଧାନସଭାରେ ଲାଗିଲା ବୀର ସାବରକରଙ୍କ ଫଟୋ: ବିରୋଧ କରି ଗୃହ ତ୍ୟାଗ କଲା କଂଗ୍ରେସ

Published By : Prameya-News7 Bureau | December 19, 2022 IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବୀର ସାବରକରଙ୍କ ଫଟୋ ଲାଗିବା ପରେ କଂଗ୍ରେସର ତୀବ୍ର ବିରୋଧ। ଫଟୋ ଲାଗିବା ପରେ ସିଦ୍ଧରମେୟାଙ୍କ ସମେତ କେତେକ ନେତା କକ୍ଷ ତ୍ୟାଗ କରିଥିଲେ। ଏହାପରେ ବିଧାନସବା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ବିରୋଧ କରି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ତଥା ବିଧାୟକ ଡିକେ ଶିବକୁମାର ଏହାକୁ ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ ବିଜେପି ଗୃହ ନ ଚାଲୁ ବୋଲି ଚାହୁଁଛି। କାରଣ ଆମେ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ବିଧାନସଭାରେ ଉପସ୍ଥାପନ କରିବୁ। ଯାହାକୁ ସାମ୍ନା କରିବା ସେମାନଙ୍କ ପକ୍ଷରେ ହଜମ କରିବା କଷ୍ଟକର ହେବ ଏଥିପାଇଁ ସେ ସାବରକରଙ୍କ ଫଟୋ ଲଗାଇଛନ୍ତି ବୋଲି କଂଗ୍ରେ ନେତାମାନେ କହିଛନ୍ତି।

ବିଧାନସଭାରେ ସାବରକରଣଙ୍କ ଫଟୋକୁ ନେଇ ମଧ୍ୟ କଂଗ୍ରେସ ନେତା ବାଚସ୍ପତିଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିଲେ। ସାବରକରଙ୍କର ବିବାଦୀୟ ବ୍ୟକ୍ତିତ୍ୱ ରହିଛି। ତେଣୁ ତାଙ୍କ ବଦଳେ ଆମ୍ବେଦକର, କନକ ଦାସ, ସରଦାର ପଟେଲଙ୍କ ଭଳି ନେତାଙ୍କ ଫଟୋ ଲଗାଇବାକୁ ଚିଠିରେ ଲେଖାଯାଇଥିଲା।

{"width":839,"height":472}
The portrait of Savarkar and other revolutionaries unveiled at the Vidhan Soudha in Belagavi.

ରାଜ୍ୟରେ ଦୁର୍ନୀତି ବେରୋଜଗାରୀ ଓ ଚାଷ ସମସ୍ୟା ବଳି ଅନେକ ସମସ୍ୟା ଥାଇ ଫଟୋ ରାଜନୀତି ଚାଲିଛି। ବରଂ ଗୃହରେ ରାଷ୍ଟର ସୁଧାରକଙ୍କ ଫଟୋ ଲଗାଇବା କଥା। ସାବରକରଙ୍କ ଫଟୋ ଲଗାଇବା ପାଇଁ ରାଜ୍ୟ ସରକାର କାହା ମତ ନନେଇ ଗୃହରେ ଲଗାଇଛନ୍ତି। ଏଥିପାଇଁ ବିରୋଧ ଚାଲିଛି ବୋଲି ସିଦ୍ଧରମେୟା କହିଛନ୍ତି। ଏପଟେ ସାବରକରଙ୍କ ଫଟୋ ଲଗାଇଲେ ଏତେ ଖରାପ ଲାଗୁଛି ତେବେ କଣ ଦାଉଜର ଫଟୋ ଲଗାଇବ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.