ପାଣିରେ ରୁହେ କିନ୍ତୁ ପିଏନି ପାଣି, ଜାଣନ୍ତି କି ଏହି ଜୀବ ବିଷୟରେ…

Published By : Prameya-News7 Bureau | July 18, 2025 IST

ନୂଆଦିଲ୍ଲୀ ୧୮।୦୭: କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଜୀବ ରହିଛି ଯିଏକି ପାଣିରେ ରୁହେ ସତ କିନ୍ତୁ ମୁହଁରେ ପିଇନଥାଏ ପାଣି । ଆସନ୍ତୁ ଜାଣିବା ଏହି ଜୀବ ବିଷୟରେ…ବାସ୍ତବରେ ଏହି ଜୀବର ନାଁ ହେଉଛି ବେଙ୍ଗ । ବେଙ୍ଗ ନିଜ ପାଟିରେ ପାଣି ପିଇନଥାଏ । ବାସ୍ତବରେ ଏହା ନିଜ ଚର୍ମ ସାହାଯ୍ୟରେ ପାଣି ଶୋଷିଥାଏ । ଏହି ପ୍ରକ୍ରିୟାକୁ ଆଁସମୋସିସ୍ କୁହାଯାଏ । ଯାହା ବେଙ୍ଗକୁ ଜୀବିତ ରଖିଥାଏ ।

ଏବେ ପ୍ରଶ୍ନ ଆସୁଛି ଆଁଶମୋସିସ୍ କଣ ?  ଆଁସମୋସିସ୍ ହେଉଛି ଏକ ଜୈବିକ ପ୍ରକ୍ରିୟା । ଯେଉଁଥିରେ ବେଙ୍ଗ ନିଜ ଚର୍ମ ଜରିଆରେ ଓଦା ଅଂଶକୁ ଶୋଷିନେଇଥାଏ । ଏହି ପ୍ରକ୍ରିୟା ଗଛ-ପତ୍ରରେ ମଧ୍ୟ ରହିଥାଏ । ବେଙ୍ଗ ନଦୀ, ନାଳ ଏବଂ ଓଦାଳିଆ ଜଙ୍ଗଲରେ ରହିଥାନ୍ତି । ଏମାନଙ୍କ ଶରୀରର ଚର୍ମ ଓଦା ରଖିବା ପାଇଁ ପାଣି ଜରୁରୀ ହୋଇଥାଏ । କିନ୍ତୁ ବେଙ୍ଗ ପାଇଁ ପିଇନଥାଏ ବରଂ ଶୋଷିଥାଏ ।

ବେଙ୍ଗକୁ ମଧ୍ୟ ପାଣିର ଆବଶ୍ୟକତା ହୋଇଥାଏ । କିନ୍ତୁ ଏହା ମୁହଁରୁ ନୁହେଁ ଚର୍ମରୁ ଓଦାକୁ ଗ୍ରହଣ କରିଥାଏ । ଏଥିପାଇଁ ଏହା ଅନ୍ୟ ଜୀବ ମାନଙ୍କ ମଧ୍ୟରେ ଭିନ୍ନ । ଭାରତୀୟ ସଂସ୍କୃତିରେ ବେଙ୍ଗକୁ ବର୍ଷାର ପ୍ରତୀକ ବିବେଚନା କରାଯାଏ । ଏହାକୁ ବର୍ଷା ରୁତୁ ସହିତ ଯୋଡାଯାଏ । କାରଣ ବେଙ୍ଗ ବର୍ଷା ରୁତୁରେ ସକ୍ରିୟ ରହିଥାଏ । ବେଙ୍ଗର ଚର୍ମ କେବଳ ପାଣି ଶୋଷିନଥାଏ ବରଂ ଅକ୍ସିଜେନ୍ ଗ୍ରହଣ କରିଥାଏ । ଏହା ଏକ ଉଭୟଚର ପ୍ରାଣୀ ।

ଏହା ସ୍ଥଳ ଏବଂ ଜଣ ଉଭୟରେ ଜୀବିତ ରହିପାରେ । କିଛି ବେଙ୍ଗ ବିଷାକ୍ତ ମଧ୍ୟ ହୋଇଥାନ୍ତି ଏବଂ ଏମାନେ ଚର୍ମର ରଙ୍ଗ ବଦଳାଇପାରନ୍ତି । ଏହି ଛୋଟ ଜୀବ ଶିକାରୀଙ୍କଠାରୁ ବଞ୍ଚିବା ପାଇଁ ବହୁତ ଜୋରରେ ଡେଇଁଥାନ୍ତି । ବେଙ୍ଗ କୀଟପତଙ୍ଗ ଖାଇ ପର୍ଯ୍ୟାବରଣକୁ ସନ୍ତୁଳନ ରଖିଥାନ୍ତି । ଏମାନଙ୍କ ଉପସ୍ଥିତି ସ୍ବାସ୍ଥ୍ୟ ଜଳ ସ୍ରୋତର ସଙ୍କେତ ଦେଇଥାଏ । ପାଣିରେ ରହି ମଧ୍ୟ ପାଣି ପିଉନଥିବା ବେଙ୍ଗ ପ୍ରକୃତିର ଚମତ୍କାର । ଏହାର ଚର୍ମ ଏବଂ  ଆଁସମୋସିସ୍ ପ୍ରକ୍ରିୟା ଏହାକୁ ଭିନ୍ନ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.