oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

୫ ବର୍ଷ ସୁଯୋଗ ଦିଅ, ଓଡିଶାକୁ ୧ ନମ୍ବର କରିଦେବୁ : ରାଜନାଥ

25/04/2019 at 1:59 PM

ଚଣ୍ଡିଖୋଲ ୨୫|୪: ୫ ବର୍ଷ ସୁଯୋଗ ଦିଅ, ଓଡ଼ିଶାକୁ ୧ ନମ୍ବର କରିଦେବୁ ବୋଲି ଆଜି ଯାଜପୁର ବରୀରେ ବିଜେପି ପାଇଁ ପ୍ରଚାର କରି ଏହା କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କାହିଁକି ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ । ଡବଲ ଇଂଜିନର ନାରା ଦେବା ସହ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଓଡ଼ିଶା ୫ ବର୍ଷରେ ୧ ନମ୍ବର ହେବ ବୋଲି  କହିଛନ୍ତି ।

କେବଳ ବିଜେଡି ନୁହେଁ, କଂଗ୍ରେସ ଉପରେ ବି ବର୍ଷିଥିଲେ ରାଜନାଥ । ଦେଶ କଂଗ୍ରେସ ମୁକ୍ତ ହେଲେ ଗରିବୀ ହଟିବ ବୋଲି ରାଜନାଥ କହିଛନ୍ତି । ବରୀ ଗୋବିନବାଟି ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ପାଇଁ ଭୋଟ୍ ମାଗିଥିଲେ ରାଜନାଥ ।

ବରୀ ପରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ପୁରୀ ଜିଲ୍ଲା ନିମାପଡା ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଭଦ୍ରକ ଚାନ୍ଦବାଲି ଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ ।

ଅପରାହ୍ନରେ ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକର ନିଗମାନନ୍ଦ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଚଳିତ ନିର୍ବାଚନରେ ଏହା ରାଜନାଥଙ୍କ ଦ୍ବିତୀୟ ଓଡ଼ିଶା ଗସ୍ତ ।

   Related Posts