ଭୁବନେଶ୍ବର: ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଗୋଟିଏ ପଟେ ଛାତ୍ରୀ ଜଣକ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ, ଏଭଳି ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହାକୁ ନେଇ ଚାଲିଛି ଚର୍ଚ୍ଚା। ଘଟଣାରେ ରାଜନୀତିକ ଆରୋପ-ପ୍ରତ୍ୟାରୋପ ମଧ୍ୟ ଜୋର ଧରିଛି।
ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ‘‘ପୀଡ଼ିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି। ମୁଁ ତାଙ୍କ ପରିବାର ସହ ଭେଟିଲି। ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରକୁ ସମବେଦନା ଦେଲି। ଝିଅଟିର ସ୍ବାସ୍ଥ୍ୟାବସ୍ଥା ଏବେବି ଜଟିଳ ଅଛି। ସେ ଶୀଘ୍ର ସୁସ୍ଥ ହୋଇଯାଉ। ଏହା ହିଁ ଆମ ଅପେକ୍ଷା। ଏହା ଭିତରେ ଦୁଇ ତିନିଟି ଘଟଣା ଯୋଡ଼ି ହୋଇଅଛି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ ଓ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟିତ୍ବରେ ଅଛି। ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷ କରୁଛି।’
‘‘ବର୍ତ୍ତମାନ ଏହାର ରାଜନୈତିକ ଉତ୍ତର ନଦେବା ଉଚିତ । ଏବେ ଝିଅ ଯେଉଁ ଅବସ୍ଥାରେ ଅଛି ଆମର ପ୍ରଥମ ଦାୟିତ୍ବ ତାକୁ ଉତ୍ତମ ଚିକିତ୍ସା ଦେବା। ଏହା ଜଣେ ଅଭିଭାବକ ଭାବେ ଆମର ଦାୟିତ୍ବ। ବାକି ରାଜନୀତି ଯାହାକୁ କରିବାର ଅଛି କରନ୍ତୁ। ଏପରି ଘଟଣା ଆମ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ଓ ଗମ୍ଭୀର। ରାଜ୍ୟର ନେତୃତ୍ୱ ଓ ମୁଁ ସମସ୍ତେ ଏକାଠି ହୋଇଛୁ। ପରିସ୍ଥିତିକୁ ସାମ୍ନା କରିବା ପାଇଁ। ଏଥିରେ କିଛି ଲୁଚେଇବାର ନାହିଁ, ଚାପିବାର ନାହିଁ ଓ କାହାକୁ ଛଡ଼ାଯିବ ନାହିଁ। ଏହାକୁ ଏକ ଦୁର୍ଘଟଣା ହୋଇଛି। ଏହାକୁ କୋଠର ନିନ୍ଦା କଲେ କମ ହେବ। ଏଥିପାଇଁ ଆମକୁ ଦାୟିତ୍ୱରେ ଯୋଡିବାକୁ ହେବ। ମୁଁ ବି ଏଥିପାଇଁ ନିଜକୁ ଯୋଡିବାକୁ କହୁଛି। ରାଜ୍ୟ ସରକାର ଠିକ୍ ପଦକ୍ଷେପ ନେଇଛନ୍ତି। ମୁଁ ଓଡ଼ିଆ ଅଭିଭାବକ ଭାବେ ଚିନ୍ତାର କଥା। ଆଜି ଅବକ୍ଷୟ ଓ ଅବନତି ହୋଇଛି ଏହାକୁ ଆମକୁ ସାମ୍ନା କରିବାକୁ ପଡ଼ିବ।’’