କୁଶଳ ମାନବ ସମ୍ବଳ ଲାଗି ଆମେରିକୀୟ ବିଶ୍ୱବିଦ୍ୟାଳୟଙ୍କୁ ଭାରତ ଆମନ୍ତ୍ରଣ କଲେ ନିର୍ମଳା ସୀତାରମଣ

Published By : Prameya-News7 Bureau | April 23, 2022 IST

ନୂଆଦିଲ୍ଲୀ ୨୩।୪: ଆମେରିକା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପ୍ରତିଷ୍ଠିତ ଆମେରିକୀୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷଣାନୁଷ୍ଠାନଙ୍କୁ ଭାରତ ଆମନ୍ତ୍ରଣ କରିଛନ୍ତି। ଗୁଜରାଟର ଗାନ୍ଧିନଗର ଗିଫ୍ଟ ସିଟି ସ୍ଥିତ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର (ଆଇଏଫଏସସି)ରେ ଏହି ବିଶ୍ୱସ୍ତରୀୟ ଶିକ୍ଷଣାନୁଷ୍ଠାନଙ୍କୁ ସେମାନଙ୍କର ଭାରତୀୟ ଶାଖା ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

{"id":618517,"sizeSlug":"full","linkDestination":"none"}

ଦେଶର ଆର୍ଥିକ ସେବା କ୍ଷେତ୍ର ଲାଗି କୁଶଳ ମାନବ ସମ୍ବଳ ସୃଷ୍ଟି ଉଦ୍ଦେଶ୍ୟରେ ୨୦୨୨-୨୩ ବାର୍ଷିକ ବଜେଟରେ ବିଶ୍ୱସ୍ତରୀୟ ବିଦେଶୀ ବିଶ୍ୱ ବିଦ୍ୟାଳୟଙ୍କ ସ୍ଥାପନାକୁ ମଞ୍ଜୁରୀ ମଧ୍ୟ ଦିଆଯାଇଛି। ଏଥିରେ ସୀତାରମଣଙ୍କ ଆମନ୍ତ୍ରଣ ଏ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ତେବେ ଏଠାକୁ ଆସିବାକୁ ଥିବା ବିଦେଶୀ ଶିକ୍ଷଣାନୁଷ୍ଠାନ ଦେଶର ଘରୋଇ ଶିକ୍ଷା ନୀତି ନିୟମରେ ଅନୁବନ୍ଧିତ ହେବେ ନାହିଁ ବୋଲି ଜଣାପଡିଛି।

wp:html /wp:html

ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଶନିବାର ଏକ ଟ୍ୱିଟ୍‌ କରିଥିବା ବେଳେ ଆମେରିକୀୟ ବିଶ୍ୱବିଦ୍ୟାଳୟଙ୍କ ପ୍ରତିନିଧିଙ୍କ ସହ ସୀତାରମଣଙ୍କର ହୋଇଥିବା ଆଲୋଚନା କଥା ଉଲ୍ଲେଖ କରାଯାଇଛି। ଏହି ଅନୁସାରେ ଗିଫ୍ଟ ସିଟି ଆଇଏଫଏସସିର ଅନ୍ତର୍ନିହିତ କ୍ଷମତାକୁ ଦେଖି ଏ ନେଇ ବଜେଟରେ ମଧ୍ୟ ଘୋଷଣା କରାଯାଇଥିଲା। ଯେଉଁଥିରେ ବିଶ୍ୱସ୍ତରୀୟ ବିଦେଶୀ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ଗିଫ୍ଟ ସିଟିରେ ଫାଇନାନସିଆଲ ମ୍ୟାନେଜମେଣ୍ଟ, ଫିନଟେକ୍, ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ପାଠ୍ୟକ୍ରମ ଉପଲବ୍ଧ କରାଇବାର ରାସ୍ତା ଉନ୍ମୁକ୍ତ ହୋଇଯାଇଛି।

{"id":618516,"sizeSlug":"full","linkDestination":"none"}

ବିଦେଶୀ ବିଶ୍ୱବିଦ୍ୟାଳୟଙ୍କ କୂଲପତିମାନଙ୍କ ସହିତ ଅର୍ଥମନ୍ତ୍ରୀଙ୍କର ଅନଲାଇନ ବୈଠକରେ ଏପରି ବିଶ୍ୱବିଦ୍ୟାଳୟଙ୍କୁ ଆଇଏଫଏସସିରେ ଅନେକ ପ୍ରକାରର ସୁବିଧା ସୁଯୋଗର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏଥିରେ ୧୦୦ ପ୍ରତିଶତ ବିଦେଶୀ ମାଲିକାନା ସହିତ ଲାଭ ପ୍ରତ୍ୟାବର୍ତ୍ତନରେ ସରକାର କୌଣସି ପ୍ରତିବନ୍ଧକ ରଖିବେନି ବୋଲି ମଧ୍ୟ କହିଛନ୍ତି। ସେହିପରି ଦେଶୀୟ ଶିକ୍ଷା ଆଇନ ଏପରି ପ୍ରତିଷ୍ଠାନଙ୍କ ପ୍ରତି ଲାଗୁ ହେବ ନାହିଁ ବୋଲି ମଧ୍ୟ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.