ସମୁଦ୍ରରେ ସୁନାମି ଆଣିପାରେ ଅସ୍ତ୍ର ! ନାଁ ଶୁଣିବା ମାତ୍ରେ ଡରନ୍ତି ଆମେରିକା-ଚୀନ, ବିଶ୍ୱର ୨ଟି ଦେଶ ପାଖରେ...

Published By : Prameya-News7 Bureau | May 15, 2025 IST

ନୂଆଦିଲ୍ଲୀ ୧୫।୦୫: ଭାରତ-ପାକିସ୍ତାନ ଯୁଦ୍ଧ । ୨ ଦେଶ ମଧ୍ୟରେ ହୋଇଛି ଅସ୍ତ୍ରବିରତି । କିନ୍ତୁ ଏହା ବିଶ୍ୱରେ ଅସ୍ତ୍ରଶସ୍ତ୍ର ଉପରେ ଆଲୋଚନାକୁ କରିଛି ତୀବ୍ର । ବର୍ତ୍ତମାନ ସବୁଠାରୁ ବେଶ୍‌ ଚର୍ଚ୍ଚାରେ ରହିଛି ରୁଷିଆର S-400 ଏୟାର ଡିଫେନ୍ସ ସିଷ୍ଟମ ।  ଭାରତ ଏହାକୁ ବ୍ୟବହାର କରୁଛି । ଚୀନ୍ ଏବଂ ପାକିସ୍ତାନ ସୀମାରେ ମୁତୟନ କରିଛି ଭାରତ ।  ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ଏହି ଏୟାର ଡିଫେନ୍ସ ସିଷ୍ଟମ୍‌  ପାକିସ୍ତାନକୁ ପଛରେ ପକାଇଛି । 

କିନ୍ତୁ ଜାଣନ୍ତି କି ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କ ପାଖରେ ଏପରି ଅନେକ ଅସ୍ତ୍ରଶସ୍ତ୍ର ଅଛି, ଯାହାକୁ ଦେଖି ଶତ୍ରୁ ଦେଶ ହୁଅନ୍ତି ଥରହର । ଏମିତି କିଛି ଅସ୍ତ୍ର ରହିଛି ଯାହା ବିଶାଳ ସମୁଦ୍ରରେ ସୁନାମି ଆଣିବାର କ୍ଷମତା ରଖେ । ଅସ୍ତ୍ରଗୁଡ଼ିକ ଏତେ ବିପଦପୂର୍ଣ୍ଣ ଯେ ଏଗୁଡ଼ିକର ନାଁ ଶୁଣିଲା ମାତ୍ରେ ଆମେରିକା ଏବଂ ଚୀନ୍ ଭଳି ଦେଶ ମଧ୍ୟ ଥରି ଉଠିଥାଏ। ସାରା ବିଶ୍ବରେ ମାତ୍ର ୨ଟି ଦେଶ ପାଖରେ ଅଛି ଅସ୍ତ୍ର । ଏବେ ପ୍ରଶ୍ନ ଆସୁଛି କଣ ଏହି ଅସ୍ତ୍ର ? କେଉଁ କେଉଁ ଦେଶ ପାଖରେ ଅଛି ଏହି ଅସ୍ତ୍ର ? କ’ଣ ସତରେ ସୁନାମୀ ଆଣିପାରେ ଅସ୍ତ୍ର ?  ଆସନ୍ତୁ ଜାଣିବା...

ଯେତେବେଳେ ବି ବିଶ୍ୱରେ ଆଧୁନିକ ଅସ୍ତ୍ରଶସ୍ତ୍ରର ନାଁ ଆସେ, ସେତେବେଳେ ଆମେରିକା ପରେ ରୁଷ ରହିଥାଏ। ରୁଷ ପାଖରେ ଏପରି ଅନେକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଅଛି, ଯାହା ଶତ୍ରୁକୁ ମୁଣ୍ଡ ନୁଆଁଇବାରେ କରେ ବାଧ୍ୟ । ଭାରତ ପ୍ରାୟତଃ ରୁଷୀୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଆସୁଛି । ତଥାପି ରୁଷ ପାଖରେ ଏକ ଏପରି ଅସ୍ତ୍ର ମଧ୍ୟ ଅଛି ଯାହା ସମୁଦ୍ରରେ ସୁନାମି ଆଣିବାର କ୍ଷମତା ରଖେ । ଏହାର ନାମ 'ଅନମ୍ୟାନଡ୍ ଅଣ୍ଡରୱାଟର ଭେଇକିଲ୍‌ ପୋସିଡନ୍'। ଏହା ଏକ ଅଣ୍ଡରଓ୍ବାଟର ଡ୍ରୋନ୍ । ଯାହା ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ରକୁ ମଧ୍ୟ ବହନ କରିପାରିବ । ଏହି ଅଣ୍ଡରଓ୍ବାଟର ଡ୍ରୋନ୍ ପରମାଣୁ ଶକ୍ତିରେ ଚାଲିଥାଏ । ଏହା ଏତେ ଶକ୍ତିଶାଳୀ ଯେ ସମୁଦ୍ରରେ ସୁନାମି ଆଣିବାର କ୍ଷମତା ରଖେ ବୋଲି ଦାବି କରାଯାଇଛି।

ରୁଷ ପରେ ସମାନ ଅସ୍ତ୍ର ଥିବା ପରବର୍ତ୍ତୀ ଦେଶ ହେଉଛି ଉତ୍ତର କୋରିଆ। ରୁଷର ବନ୍ଧୁ ଏବଂ ଆମେରିକାର ଶତ୍ରୁ। ୨୦୨୪ ମସିହାରେ ଉତ୍ତର କୋରିଆ ଦାବି କରିଥିଲା ଯେ ଏହା ଏକ ଅଣ୍ଡରଓ୍ବାଟର ପରମାଣୁ ଡ୍ରୋନ୍ ପରୀକ୍ଷଣ କରିଛି । ଯାହା ପାଣି ତଳେ ଦୀର୍ଘ ଦୂରତା ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ବହନ କରିପାରିବ । ଉତ୍ତର କୋରିଆର ଏହି ଡ୍ରୋନର ନାଁ 'ହେଇଲ୍-୫-୨୩' ରଖିଛି । ହେଇଲ୍ ଅର୍ଥ ସୁନାମି । ଦାବି କରାଯାଉଛି ଯେ ଏହି ଅସ୍ତ୍ର ସମୁଦ୍ରରେ ସୁନାମି ଆଣିବାର କ୍ଷମତା ମଧ୍ୟ ରଖେ । ଆମେରିକାର ବିପଦକୁ ଦୃଷ୍ଟିରେ ରଖି ଉତ୍ତର କୋରିଆ ଏହି ଅସ୍ତ୍ର ବିକଶିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.