ୟୁକ୍ରେନ ସୈନ୍ୟଙ୍କ ମନୋବଳ ବଢ଼ାଇବାକୁ ୟୁକ୍ରେନୀ ମହିଳା କରୁଛନ୍ତି ଏପରି କାମ; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୦୮/୦୮: ମାସ ମାସ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧକୁ ନେଇ ବିଭିନ୍ନ ଖବର ମଧ୍ୟ ପ୍ରକାଶ ପାଇଛି। ଏହା ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଆପଣ ହୋଇଯିବେ। ଖବର ଅନୁସାରେ ୟୁକ୍ରେନର ମହିଳାମାନେ ଏବେ ତାଙ୍କ ଦେଶର ସୈନ୍ୟମାନଙ୍କୁ ନିଜର ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଉଛନ୍ତି। ଏହା ସୈନ୍ୟମାନଙ୍କର ମନୋବଳ ବଢ଼ାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କରାଯାଉଛି ବୋଲି କୁହାଯାଇଛି। ଏସବୁ କାମ ଏକ ସୁପରିକଳ୍ପିତ ଯୋଜନା ମାଧ୍ୟମରେ କରାଯାଉଛି।

ଋଷର ଶକ୍ତିଶାଳୀ ସେନା ସହିତ ଲଢ଼େଇ କରିବା ପାଇଁ ୟୁକ୍ରେନ ସୈନିକମାନଙ୍କର ମନୋବଳ ବଜାୟ ରଖିବା ପାଇଁ ଏପରି କରାଯାଉଛି। ‘ଦ ଟାଇମ୍ସ’ ତାର ସୂତ୍ର ଆଧାରରେ ଏକ ରିପୋର୍ଟରେ ଏହା ସ୍ପଷ୍ଟ କରିଛି। ରିପୋର୍ଟ ଅନୁସାରେ ଋଷ ସୈନ୍ୟମାନଙ୍କ ସହିତ ଲଢ଼େଇ କରୁଥିବା ୟୁକ୍ରେନି ସୈନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ପଠାଉଛନ୍ତି। କେବଳ ସେତିକି ନୁହେଁ ଏଥିପାଇଁ ମଧ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ପର୍ମ ଟେଲିଗ୍ରାମରେ ଏକ ଏକ ଚ୍ୟାନେଲ୍‌ କରାଯାଇଛି ଓ ସେଠାରେ ୟୁକ୍ରେନ ମହିଳାମାନଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓ ସେୟାର୍‌ କରାଯାଉଛି।

‘ଡେଲିଷ୍ଟେର’ ତାର ରିପୋର୍ଟରେ କହିଛି ୟୁକ୍ରେନର ରାଜଧାନୀ କିଭରେ ଏକ ସଙ୍ଗଠନ ଏସବୁ କାର୍ଯ୍ୟକୁ ପରିଚାଳାନା କରୁଛି। ଏହି ସଙ୍ଗଠନ ପାଖକୁ ଦେଶର କୋଣ ଅନୁକୋଣରୁ ମହିଳାମାନଙ୍କର ଫଟୋ ଭିଡିଓ ଆସୁଛି। ପରେ ଏହି ଫଟୋ ଓ ଭିଡିଓ ଗୁଡ଼ିକ ସୈନିକମାନଙ୍କ ବ୍ୟକ୍ତିଗତ ମୋବାଇଲ୍ ଓ ଲ୍ୟାପଟପକୁ ପଠାଯାଉଛି। ଏପରି କାର୍ଯ୍ୟକଳାପ ୟୁକ୍ରେନରେ ଅନେକ ଅନେକ ଦିନ ହେଲା ମୁଣ୍ଡ ଟେକିଥିବା ବେଳେ କିନ୍ତୁ ଏହାର ଖବର ଏବେ ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.