ନାଟୁ ନାଟୁ ଗୀତରେ ୟୁକ୍ରେନ୍‌ ସୈନିକଙ୍କ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ ଏହି ଭିଡିଓ…

Published By : Prameya-News7 Bureau | June 03, 2023 IST

ମୁମ୍ଵାଇ ୦୩।୦୬: ଭାରତର ଐତିହାସିକ ଚଳଚ୍ଚିତ୍ର ମଧ୍ୟରୁ RRR ହେଉଛି ଅନ୍ୟତମ । ଚଳିତ ବର୍ଷ ଓସ୍କାର ପୁରସ୍କାର ମଧ୍ୟ ଜିତିଛି । ଫିଲ୍ମର ଗୀତ ନାଟୁ-ନାଟୁ ଓସ୍କାର ଜିତି ଭାରତୀୟ ସିନେମାରେ ଇତିହାସ ସୃଷ୍ଟି କରିଛି। ଏହି ଗୀତଟି କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ରେକର୍ଡ ଭାଙ୍ଗିଛି। ବିଦେଶରେ ମଧ୍ୟ ନାଟୁ-ନାଟୁର କ୍ରେଜ ଅନେକ ଲୋକଙ୍କ ଉପରେ ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ, ୟୁକ୍ରେନ ସୈନିକମାନେ ନାଟୁ-ନାଟୁ ଗୀତରେ ଜୋରଦାର ନାଚୁଥିବାର ନଜର ଆସିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ୟୁକ୍ରେନ ସେନାର ଏହି ଭିଡିଓ ରେଡ୍ଡିଟ୍‌ରେ ଭାଇରାଲ ହେଉଛି। ଭିଡିଓରେ ସୈନିକମାନେ ନାଟୁ-ନାଟୁ ଗୀତରେ ଅଭିନେତା ରାମ ଚରଣ ଏବଂ ଜୁନିଅର ଏନଟିଆର ପରି ଜବରଦସ୍ତ ଡ୍ୟାନ୍ସ ନାଚୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ଏହା ଉପରେ ଖୁବ୍‌ କମେଣ୍ଟ କରୁଛନ୍ତି।

wp:html /wp:html

କହିବାକୁ ଗଲେ ଯେ ରାହୁଲ ସିପଲିଗଞ୍ଜ ଏବଂ କାଲ ଭୈରବଙ୍କ ଦ୍ୱାରା 'ନାଟୁ ନାଟୁ' ଗୀତ ଗାଇଥିଲେ। ଏହି ଗୀତର ଲିରିକ୍ସ ଭର୍ସନ ୧୦  ନଭେମ୍ବର ୨୦୨୧ ରେ ମୁକ୍ତିଲାଭ କରିଥିଲା।  ଅବଶ୍ୟ, ସଂପୂର୍ଣ୍ଣ ଭିଡିଓ ଗୀତ ୧୧ ଏପ୍ରିଲ ୨୦୨୨ରେ ରିଲିଜ୍‌ ହୋଇଥିଲା। ଗୀତର ଭିଡିଓରେ ଫିଲ୍ମର ମୁଖ୍ୟ ଅଭିନେତା ରାମଚରଣ ତେଜା ଏବଂ ଜୁନିଅର ଏନଟିଆର ଡ୍ୟାନ୍ସ  କରିଛନ୍ତି। ଗୀତର କୋରିଓଗ୍ରାଫି ପ୍ରେମ ରାକ୍ଷୀତ୍ ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/bollywood-superstar-condolence-for-train-durghatana-hindi-news/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bollywood-superstar-condolence-for-train-durghatana-hindi-news/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.