ବ୍ରିଟେନରେ ପ୍ରକୋପ କରୁଛି ଗ୍ରୀଷ୍ମ, ବୋତଲ ବନ୍ଦ ପାଣି ବିକ୍ରିରେ ଲାଗିଲା କଟକଣା

Published By : Prameya-News7 Bureau | August 13, 2022 IST

ଲଣ୍ଡନ ୧୩।୮:  ବ୍ରିଟେନରେ ଗ୍ରୀଷ୍ମର ପ୍ରକୋପ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଶୁଷ୍କ ପରିବେଶ ଲୋକଙ୍କ ପିଇବା ପାଣି ଖର୍ଚ୍ଚ ବଢେଇ ଦେଇଛି। ଏଣୁ ଦେଶର ସପିଙ୍ଗ ସେଣ୍ଟର ଓ ସୁପମାର୍କେଟ ମାନଙ୍କରେ ପାଣିବୋତଲ ଥାକ ସବୁ ଦେଖୁ ଦେଖୁ ଖାଲି ହୋଇ ଯାଉଛି। ଏଣୁ କେତେକ ବଡ ବଡ ଷ୍ଟୋର ଏବେ ଜଣ ପିଛା ଅତି ବେଶିରେ ୩ରୁ ୪ ବୋତଲ ପାଣି ନେଇ ପାରିବାର ବ୍ୟବସ୍ଥା କରିଛନ୍ତି।

ପ୍ରଥମେ ପ୍ରଥମେ ପିଇବା ପାଣିର ରେସନ ନେଇ ପୋଷ୍ଟର ଲଗାଯାଇଥିଲା, ତେବେ ପରେ ହଟେଇ ଦିଅଯାଇଥିଲେ ବି ନିଜର ଓ ନିଜ ପଡୋଶୀଙ୍କ ସାମଗ୍ରୀ ଆବଶ୍ୟକତା ପାଇଁ କିଛି ଛାଡନ୍ତୁ ବୋଲି ଷ୍ଟୋରମାନେ ଉଲ୍ଲେଖ କରିଛନ୍ତି। ଲଣ୍ଡନର ଆଲ୍ଡି ଷ୍ଟୋର ପ୍ରତି ଗ୍ରାହକ ପିଛା ୩ରୁ ୫ ବୋତଲ ପାଣି ବିକ୍ରିର ବ୍ୟବସ୍ଥା କରିଥିଲେ। ତେବେ ପରେ ହଟେଇ ଦେଇଛନ୍ତି।

{"id":670454,"width":839,"height":576,"sizeSlug":"full","linkDestination":"none"}

ବ୍ରିଟେନରେ ଏବେ ଗ୍ରୀଷ୍ମ ଋତୁ। ତେବେ ଗ୍ରୀଷ୍ମରେ ଯେପରି ବର୍ଷା ରହିବା କଥା ଚଳିତବର୍ଷ ସେପରି ବର୍ଷା ନାହିଁ। ଏଣୁ ପରିବେଶ ଏଜେନ୍ସୀ ଅଧା ଇଂଲଣ୍ଡକୁ ଅଧିକାରୀକ  ମରୁଡି ଘୋଷଣା କରିଦେଇଛନ୍ତି। ୨୦୧୮ ମସିହା ପରେ ଇଂଲଣ୍ଡରେ ଏହା  ଦ୍ୱିତୀୟ ଘଟଣା। ପାଣିପାଗ ବିଭାଗ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦକ୍ଷିଣ ଇଂଲଣ୍ଡକୁ ଶୁଷ୍କ ଘୋଷଣା କରିଛନ୍ତି।

ବ୍ରିଟେନରେ ଏବେ ଅଧିକାଂଶ ଅଞ୍ଚଳର ତାପମାତ୍ରା ୩୫ ଡିଗ୍ରି ସେଣ୍ଟିଗ୍ରେଡରୁ ଉପରେ ରହୁଛି। ଏଣୁ ଏହା ଆଗକୁ ଖାଦ୍ୟା ଭାବର କାରଣ ହୋଇପାରେ ବୋଲି ଆକଳନ କରାଯାଉଛି। କାରଣ ଦିନର ସର୍ବାଧିକ ତାପମାତ୍ରା ଖରାଦିନିଆ ଫସଲ ଯେପରି କି ଆଳୁ, ସେଓ, ବ୍ରକୋଲୀ ଆଦି ଫସଲ ହାନୀର କାରଣ ପାଲଟିଛି। ଚଳିତବର୍ଷର ଚାଷ ପରିସ୍ଥିତି ଯାହା ଆଗାମୀ ବର୍ଷ ଲୋକେ ଚାଷ କରିବେ କି ନା ସେ ନେଇ ସନ୍ଦେହ ଉପୁଜିଲାଣି। ଗତ ୫୦ବର୍ଷରେ ଚଳିତବର୍ଷ ବ୍ରିଟେନରେ ସବୁଠୁ ଶୁଷ୍କ ଗ୍ରୀଷ୍ମ ଅନୁଭୂତ ହେଉଛି। ପରିସ୍ଥିତି ଏପରି ହୋଇଛି ଯେ ଜଳ ଉତ୍ସ ସବୁ ଶୁଷ୍କ ହୋଇଯାଇଥିବାରୁ ସରକାର ଗାଡି ଓ ଘର ଧୋଇବା ଆଦି ଉପରେ କଟକଣା ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.