ମଣିଷ ରହିବା ପାଇଁ ମିଳିଲା ଆଉ ୨ ଗ୍ରହ, ପୃଥିବୀ ପରି ଆକାରରେ ବଡ ଏବଂ ଓଜନିଆ

Published By : Prameya-News7 Bureau | May 15, 2023 IST

ନୂଆଦିଲ୍ଲୀ ୧୫।୦୫: ମଣିଷ ରହିବା ପାଇଁ ମିଳିଲା ଆଉ ୨ ଗ୍ରହ । ଏହା ଆମ ପୃଥିବୀ ପରି ଆକାରରେ ବଡ ଏବଂ ଓଜନିଆ । ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ଟେସ୍ ସ୍ପେସ୍‌କ୍ରାଫ୍ଟ ଦୁଇଟି ଏକ୍ସପ୍ଲାନେଟ୍କୁ ଖୋଜି ବାହାର କରିଛି । ଯେଉଁଠାରେ ଜୀବନଧାରଣର ସମ୍ଭାବନା ରହିଛି । କାରଣ ଏହି ଦୁଇଟି ଗ୍ରହ ସେମାନଙ୍କ ତାରାଠାରୁ ଭଲ ଦୂରତାରେ ଅଛନ୍ତି । ଯେଉଁଥିରେ ଜୀବନ ବଞ୍ଚିପାରିବ ।

{"id":786746,"width":839,"height":472,"sizeSlug":"full","linkDestination":"none"}

ଏହି ଦୁଇଟି ଗ୍ରହ ହେଉଛି ସୁପର ଆର୍ଥ । ଅର୍ଥାତ୍ ଦୁଇଟି ଯାକ ଆକାରରେ ପୃଥିବୀଠାରୁ ବଡ଼ । ଉଭୟ ଗ୍ରହର ନାମ ହେଉଛି TOI-2095b ଏବଂ TOI-2095c । ବର୍ତ୍ତମାନ ଏହି ଗ୍ରହ ଉପରେ ଅଧିକ ଅଧ୍ୟୟନ କରାଯାଉଛି । TOI-2095b ନିଜ ତାରାଠାରୁ ଦୂରତା ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତାର ଏକ ଦଶମାଂଶ  ଅଟେ । ଏହି ଗ୍ରହ ଆମ ପୃଥିବୀ ଅପେକ୍ଷା ୧.୩୯ଗୁଣ ଅଧିକ ଚଉଡା । କିନ୍ତୁ ଏହାର ଓଜନ ପୃଥିବୀଠାରୁ ୪.୧ ଗୁଣ ଅଧିକ । ଏହି ଗ୍ରହ ତା ତାରାର ଏକ ରାଉଣ୍ଡ ୧୭.୭ ପୃଥିବୀ ଦିନରେ ସମାପ୍ତ କରିଥାଏ ।  

{"id":786748,"width":838,"height":471,"sizeSlug":"full","linkDestination":"none"}

ଦ୍ୱିତୀୟ ଗ୍ରହ TOI-2095c । ଏହା ସୂର୍ଯ୍ୟଠାରୁ ଟିକେ ଦୂରରେ ରହିଛି । ଏହି ଗ୍ରହରେ ଗୋଟିଏ ଦିନ, ଆମର ୨୮.୨ ଦିନ ସହ ସମାନ ।  ଏହା ଆମ ପୃଥିବୀଠାରୁ ୧.୩୩ ଗୁଣ ବଡ଼ ହୋଇଥିବା ବେଳେ ଏହାର ଓଜନ ୭.୫ଗୁଣ ଅଧିକ । କିନ୍ତୁ ଉଭୟ ଗ୍ରହର ଭୂପୃଷ୍ଠର ତାପମାତ୍ରା ୨୪ ରୁ ୭୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି ।  

{"id":786749,"width":839,"height":472,"sizeSlug":"full","linkDestination":"none"}

ଯେତେବେଳେ ଟେସ୍ ସ୍ପେସ୍‌କ୍ରାଫ୍ଟ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ ଅନୁସନ୍ଧାନରେ ବାହାରିଥିଲା, ସେତେବେଳେ ସୌରମଣ୍ଡଳରୁ ୧୩୭ ଆଲୋକ ବର୍ଷ ଦୂରରେ ଏକ ରେଡ୍ ଡ୍ରବାର୍ଫ ତାରା ଅର୍ଥାତ୍ ସୂର୍ଯ୍ୟ ପରି ତାରା TOI-2095କୁ ଦେଖିଥିଲା ।  ଏହା ବ୍ରହ୍ମାଣ୍ଡର ବୃହତ୍ତମ ତାରକାମାନଙ୍କ ପରିବାରରୁ ଆସିଥାଏ । ଏହି ଗ୍ରହ ଆମ ସୂର୍ଯ୍ୟ ଅପେକ୍ଷା ଥଣ୍ଡା ଅଟେ । କିନ୍ତୁ ଏହା ବହୁତ ରେଡିଏସନ୍, ଅଲଟ୍ରା ଭାଇଓଲେଟ୍ ବା ଅତି ବାଇଗଣୀରଶ୍ମୀ ଏବଂ ଏକ୍ସ-ରେ ତରଙ୍ଗ ନିର୍ଗତ କରୁଛି ।

{"id":786751,"width":837,"height":471,"sizeSlug":"full","linkDestination":"none"}

ଗ୍ରହରୁ ବାହାରୁଥିବା ରେଡିଏସନ୍ ନିକଟରେ ରହୁଥିବା ଗ୍ରହମାନଙ୍କର ବାୟୁମଣ୍ଡଳକୁ ନଷ୍ଟ କରିପାରେ ।  କିନ୍ତୁ ଏହି ଦୁଇଟି ଗ୍ରହ ଏତେ ଭଲ ଦୂରତାରେ ଅଛି ଯେ ସେମାନଙ୍କର ବାୟୁମଣ୍ଡଳ ସୃଷ୍ଟି ହୋଇଛି । ଆଶା କରାଯାଉଛି କି ପୃଥିବୀ ପରି ସେଠାରେ ମଧ୍ୟ ଜଳ ଅଛି । ଭବିଷ୍ୟତରେ ଏହି ଗ୍ରହମାନଙ୍କରେ ମାନବ ବସତି ସ୍ଥାପନ କରାଯାଇପାରିବ ।

{"id":786752,"width":840,"height":473,"sizeSlug":"full","linkDestination":"none"}

ସ୍ପେନ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଫେଲିପ ମୁର୍ଗାସ କହିଛନ୍ତି ଯେ, ଆମେ ଏହି ଦୁଇଟି ଗ୍ରହ ବିଷୟରେ ଅଧ୍ୟୟନ କରୁଛୁ। ସେମାନଙ୍କ ବିଷୟରେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏଠାରେ ଜୀବନଧାରଣ କରିବା ସମ୍ଭବ। ସେଥିପାଇଁ ଆମେ ଅଧିକ ଗବେଷଣା କରୁଛୁ । ଯାହା ଦ୍ବାରା ଅଧିକରୁ ଅଧିକ ସୂଚନା ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.