IPL ମିନି ନିଲାମରେ ଓଡ଼ିଶାରୁ ୨ ଖେଳାଳି; ମୁସ୍ତାକ ଅଲ୍ଲୀ ଟ୍ରଫିରେ କରିଥିଲେ ଭଲ ପ୍ରଦର୍ଶନ
13/12/2022 at 11:41 PM

କଟକ ୧୩/୧୨: ଓଡିଶା କ୍ରିକେଟ ପାଇଁ ଖୁସି ଖବର। ପୁଣି ୨ ଓଡ଼ିଆ କ୍ରିକେଟର ଆଇପିଏଲ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଆଇପିଏଲ ନିଲାମିରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ କ୍ରିକେଟରଙ୍କ ପରିଚୟ ରାଜେଶ ମହାନ୍ତି ଓ ମୁସ୍ତାକ ବେଗ।
ଆଇପିଏଲ ୨୦୨୩ ନିଲାମିରେ ଏହି ଦୁଇ ଜଣଙ୍କ ନାଁ ଥିବା ଆଇପିଏଲ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଗତ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ ଭିତ୍ତିରେ ଓସିଏ ଉଭୟଙ୍କ ନାଁ ଆଇପିଏଲ ନିଲାମୀ ପାଇଁ ସୁପାରିଶ କରିଥିଲା। ପୂର୍ବରୁ ଓଡିଶା ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ରିଟେନ୍ କରିଛି ଚେନ୍ନାଇ ସୁପର କିଙ୍ଗସ୍।
୨୦୨୩ ଆଇପିଏଲ ପାଇଁ ମୋଟ ୪୦୫ ଜଣ ଖେଳାଳି ନିଲାମି ତାଲିକାଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨୩୭ ଭାରତୀୟ, ୧୩୨ଜଣ ବିଦେଶୀ ଖେଳାଳି ରହିଛନ୍ତି। ଆସନ୍ତା ଡିସେମ୍ୱର ୨୩ ରେ କୋଚିରେ ଏହି ନିଲାମୀ ଅନୁଷ୍ଠିତ ହେବ। ଏଥିରେ ୧୦ଟି ଟିମ୍ ପାଇଁ ଖେଳାଳି ନିଲାମ ହେବେ।