ମାଳିପଦର ଜଙ୍ଗଲରେ ଏନ୍‌କାଉଣ୍ଟର, ଏସ୍‌ଓଜି ଗୁଳିରେ ୨ ନକ୍ସଲ ନିହତ

Published By : Prameya-News7 Bureau | November 11, 2022 IST

କୋରାପୁଟ ୧୧।୧୧ : ଏସ୍‌ଓଜି ଯବାନ ଓ ନକ୍ସଲ ମୁହାଁମୁହିଁ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ମାଳିପଦର ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ଏସ୍‌ଓଜି । ଏହି ଏନ୍‌କାଉଣ୍ଟରରେ ୨ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମାଳିପଦର ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିଲା ଏସ୍‌ଓଜି ଯବାନ । ଏହି ସମୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ନକ୍ସଲ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲେ ।ତେବେ ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.