ଭୁଶୁଡିଲା କାନ୍ଥ, ଚାପି ହୋଇ ଭାଇ-ଭଉଣୀ ମୃତ
23/08/2022 at 7:36 AM
ଉଦଳା ୨୩।୦୮: ଲଗାଣ ବର୍ଷା ହେଲା କାଳ । କାନ୍ଥ ଭୁଶୁଡି ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ଭାଇ-ଭଉଣୀ ହେବେ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ରାଇଡାହୀ ଗାଁରେ ଖାଇ ସାରି ପୁରା ପରିବାର ଶୋଇବାକୁ ଯାଇଥିଲେ । ଠିକ୍ ଏହି ସମୟରେ ହଠାତ୍ ଲଗାଣ ବର୍ଷା ଲାଗି ଘରର କାନ୍ଥଟି ଭୁଶୁଡି ପଡିଥିଲା । ଯାହାଫଳରେ ଘରେ ଶୋଇଥିବା ଲୋକଙ୍କ ମଧ୍ୟରେ ପୁଅ ଜ୍ୟୋତିଶଙ୍କର ସିଂହ ଏବଂ ଝିଅ ଯଶୋଦା ସିଂଙ୍କ ମୃତ୍ୟୁ ହୋଇଥିବା ଅଳ୍ପେକ ବର୍ତ୍ତିଯାଇଛନ୍ତି ୩ ବର୍ଷର ପୁଅ ଏବଂ ମାଆ । ଘଟଣାସ୍ଥଳରେ ମାଆ ଓ ୩ ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାପଡିଛି ।
Related Posts
ସୌରମଣ୍ଡଳରେ ଘୂରି ବୁଲୁଥିବା ଧୁମକେତୁର ଫଟୋ କଏଦ କଲେ ଦୁଇ ଓଡ଼ିଆ ଯୁବକ
28 January 2023
ବନ ବିଭାଗ ଚଢ଼ଉ: ଚୋରା କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୨ ଗିରଫ
28 January 2023
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023