ହାଇଓ୍ୱା ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ

Published By : Prameya-News7 Bureau | September 26, 2022 IST

କୋରାପୁଟ ୨୬।୦୯: ହାଇଓ୍ୱା ଧକ୍କାରେ ଦୁଇ ମଟର ସାଇକେଲ୍‌ ଆରୋହୀ ମୃତ । କୋରାପୁଟ ଜିଲ୍ଲା କାକରିଗୁମ୍ମାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିନପାରିନାହିଁ । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରବିବାର ରାତିରେ କାକରିଗୁମ୍ମାରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ହାଇଓ୍ୱା ଧକ୍କାରେ ଦୁଇ ବାଇକ୍‌ ଆରୋହୀ ରାସ୍ତାରେ ପଡିଯାଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ବାକି ଅନ୍ୟ ଗୁରୁତର ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ମଧ୍ୟ ରାତିରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.