ଗୋଚ୍ଛାପଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

Published By : Prameya-News7 Bureau | December 06, 2022 IST

ଫୁଲବାଣୀ ୦୬।୧୨ : ମଙ୍ଗଳବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡା ଥାନା ଅଞ୍ଚଳରେ ଏସଓଜିର କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଥିଲା l ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା l ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି l ଦୁଇଜଣ ଯାକ ମହିଳା କ୍ୟାଡର ମାଓବାଦୀ ବୋଲି ଜଣାପଡ଼ିଛି l

ସୁରକ୍ଷାକର୍ମୀ ମାନେ ମାଓ କ୍ୟାମ୍ପକୁ ଧ୍ୱସ୍ତ କରିବା ସହ ମାଓସମଗ୍ରୀ ଜବତ କରିଥିବା ଜଣାପଡିଛି l ସେଥିମଧ୍ୟରେ ୭/ ୮ ବନ୍ଧୁକ, ଗୁଳି ସମେତ ବହୁ ଆସବାବ ପତ୍ର ରହିଥିବା ଜଣାପଡ଼ିଛି l ଏବେ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଚାଲିଥିବା କାରଣରୁ ମାଓବାଦୀ ମାନେ ଜିଲ୍ଲାରେ କାଳେ କିଛି ଅଘଟଣ ଘଟାଇବେ ତାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କମ୍ବିଂ କରାଯାଉଥିବା ବେଳେ ଆଜି ମାଓବାଦୀ ସହ ପୋଲିସର ମୁହାଁମୁହିଁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.