ପ୍ରେମ ପାଇଁ ହାରିଲେ ଜୀବନ ! ଗଛରେ ଝୁଲୁପଡିଲେ ଯୁବକ-ଯୁବତୀ

Published By : Prameya-News7 Bureau | January 02, 2022 IST

ଯାଜପୁର ୦୨।୦୧ : ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଣ୍ଟ ପଞ୍ଚାୟତ କୁଅଁର ସାହିରେ ଘଟିଛି ଏହି ଘଟଣା । ଏବେ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

ଖବର ଅନୁଯାୟୀ, ମଙ୍ଗଳପୁର ଥାନା କୁଅଁର ସାହି ଗାଁରେ ଥିବା ଏକ ଗଛରେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଦେଖୁ ଦେଖୁ ପୁରା ଗାଁରେ ଏହି ଖବରକୁ ନେଇ ଚହଲ ସୃଷ୍ଟି ହୋଇଯାଇଥିଲା । ଲୋକଙ୍କ ଭିଡ଼ ମଧ୍ୟ ବଢିବାରେ ଲାଗିଥିଲା । ପ୍ରେମ ପାଇଁ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ତେବେ ଏବେ ଯାଏଁ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ କି ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.