ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନର ଉଡ଼ାଣ ରଦ୍ଦ, ଦିଲ୍ଲୀ- ପ୍ୟାରିସ ରୁଟ୍ ଯାତ୍ରୀଙ୍କୁ ହୋଇପାରେ ଅସୁବିଧା

Published By : Prameya-News7 Bureau | June 17, 2025 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଆଉ ଦୁଇଟି ଅନ୍ତର୍ଜାତୀୟ ବିମାନର ଉଡ଼ାଣ ରଦ୍ଦ ହୋଇଛି। ଏହି ଦୁଇଟି ବିମାନ ହେଉଛି ଏୟାର ଇଣ୍ଡିଆର ଫ୍ଲାଇଟ AI 143 ଏବଂ AI 142। ଫ୍ଲାଇଟ AI 143 ଜୁନ୍ ୧୭ରେ ଦିଲ୍ଲୀରୁ ପ୍ୟାରିସ ଯିବାର ଥିଲା। ସେହିଭଳି AI 142 ଜୁନ୍‌ ୧୮ରେ ପ୍ୟାରିସରୁ ଦିଲ୍ଲୀ ଆସିବାର ଥିଲା। ତେବେ ବିମାନ ରଦ୍ଦ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦିଆଯାଇସାରିଥିବାବେଳେ, ଏୟାର ଇଣ୍ଡିଆ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି। 

ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତ୍ତି କୁହାଯାଇଛି ଯେ, ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଦିଲ୍ଲୀ-ପ୍ୟାରିସ ଫ୍ଲାଇଟ ରଦ୍ଦ କରାଯାଉଛି। ଏହି ସମୟରେ ଯାତ୍ରୀଙ୍କୁ ବିକଳ୍ପ ସୁବିଧା ତଥା ରିଫଣ୍ଡ୍‌ ବ୍ୟବସ୍ଥା କରାଯାଇଛି। ଏୟାର ଇଣ୍ଡିଆ ମୁଖପାତ୍ରଙ୍କ ସୂଚନା ଅନୁସାରେ ପ୍ରି- ଫ୍ଲାଇଟ ଯାଞ୍ଚ ସମୟରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ଏଥିପାଇଁ ଉଡ଼ାଣ ବନ୍ଦ କରାଯାଇଛି। ଏହାସହ ସମସ୍ୟାର ସମାଧାନ କରାଯାଉଛି।

କମ୍ପାନି ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରିଛି। ଯାତ୍ରୀଙ୍କୁ ହୋଟେଲରେ ରହିବା ଏବଂ ଟିକେଟ ରଦ୍ଦ ଉପରେ ସଂପୂର୍ଣ୍ଣ ରିଫଣ୍ଡ୍‌ କିମ୍ବା ଯଦି ଯାତ୍ରୀ ଚାହିଁବେ ତେବେ ମାଗଣା ରି-ସିଡ୍ୟୁଲିଂର ଅଫର ଦିଆଯାଇଛି।

ସୂଚନାଥାଉକି, ଏହା ପୂର୍ବରୁ ମଙ୍ଗଳବାର ଏୟାର ଇଣ୍ଡିଆର ଲଣ୍ଡନ ଯାଇଥିବା ଫ୍ଲାଇଟ AI 159କୁ ମଧ୍ୟ ରଦ୍ଦ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ଉଡ଼ାଣ ରଦ୍ଦ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.