ବନ ବଭାଗ କାର୍ଯ୍ୟାନୁଷ୍ଠାନ: ଦେଶୀ ବନ୍ଧୁକ ସହିତ ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 04, 2022 IST

ତେଲକୋଇ ୦୪/୧୧: ୨ଟି ଦେଶି ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ପରିଚୟ ଗୁରୁଚରଣ ନାୟକ, ଅଖିଳ ସାହୁ। ସେମାନେ ପଡ଼ିଆପଶି ଓ ବଳଭଦ୍ରପୁର ବାସିନ୍ଦା ବାଲି ଜଣାପଡ଼ିଛି। ବେଆଇନ ଭାବେ ଏମାନେ ଦେଶି ବନ୍ଧୁକ ରଖିଥିଲେ। ବନ୍ୟଯନ୍ତୁ ଶିକାର ଉଦ୍ଦେଶ୍ୟରେ ସେମାନେ ଏହି ବନ୍ଧୁକ ରଖିଥିଲେ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ  ଜାଣିପାରିଥିଲେ। ପରେ ତାଙ୍କ ନିର୍ଦ୍ଦେଶରେ ତେଲକୋଇ ବନାଞ୍ଚଳ ଅଧିକାରୀ ଓ ବିମଳା ଫରେଷ୍ଟ ବିଟର ବନକର୍ମଚାରୀ ଚଢ଼ଉ କରି ସେମାନଙ୍କ ଘରୁ ୨ଟି ବନ୍ଧୁକ ଜବତ କରିଥିଲେ। ଏହା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଥାଉକି, ତେଲକୋଇ ରେଞ୍ଜରେ ବିଭିନ୍ନ ପ୍ରକାର ବନ୍ୟଯନ୍ତୁ ବସବାସ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.