ବୁଧବାର ଅପରାହ୍ନରେ ଖୋଲିବ ହୀରାକୁଦର ୨ଟି ଗେଟ୍, ୩ଦିନ ବର୍ଷା ସମ୍ଭାବନା ଥିବାରୁ ନିଷ୍ପତ୍ତି

Published By : Prameya-News7 Bureau | September 13, 2023 IST

ସମ୍ବଲପୁର ୧୩।୯: ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ । ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ୍ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୩ ଦିନ ଧରି ବର୍ଷା ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବୁଧବାର ଅପରାହ୍ନରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ । ଏନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ବୁଧବାର ଅପରାହ୍ନ ୪ଟାରେ ୨ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ।

ବୁଧବାର ଜଳସ୍ତର ବୃଦ୍ଧି ପାଇ ୬୨୮.୧୦ ଫୁଟରେ ପହଞ୍ଚିଥିବା ବେଳେ ଆଗକୁ ୩ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରତି ସେକେଣ୍ଡରେ ୪୭୪୬୬ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି । ସେହି ଅନୁପାତରେ ୩୪୭୬୧ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି । ଫଳରେ ଆଗକୁ ବର୍ଷାକୁ ଆଖି ଆଗରେ ରଖି ଡ୍ୟାମ୍‌ରେ ଫ୍ଲଡ୍ ସ୍ପେସ୍ ରଖିବାକୁ ଏହି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/bjp-leader-ranjan-palei-joins-bjd/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-leader-ranjan-palei-joins-bjd/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.