ଦେବଗିରି ପାହାଡରେ ରାତିଯାଏଁ ଫସିଲେ ୨ ମହିଳା ବନ କର୍ମଚାରୀ, ନିଆଁ ଲିଭାଇବାକୁ ଯାଇଥିଲେ

Published By : Prameya-News7 Bureau | March 13, 2023 IST

ସୋର ୧୩।୩: ଦେବଗିରି ପାହାଡ ଶିଖରରେ ରାତି ପର୍ଯ୍ୟନ୍ତ ଅଟିକିଲେ ଦୁଇ ମହିଳା ବନ କର୍ମଚାରୀ l ହୁତୁହୁତୁ ହୋଇ ଜଳୁଥିବା ନିଆଁ ଲିଭାଇବା ପାଇଁ ଯାଇଥିଲେ ବନ କର୍ମଚାରୀ l ଦୁଇ ଗ୍ରୀନ୍ ପଏଣ୍ଟ ଚିହ୍ନଟ ବେଳେ ପାଞ୍ଚ ଜଣିଆ ନିଆଁ ଲିଭାଳୀ ଟିମ୍‌ ଠାରୁ ବିଚ୍ଛିନ୍ନ ହୋଇ ଦିନ ୪ରୁ ରାତି ୯ଟା ପର୍ଯ୍ୟନ୍ତ ଦେବଗିରି ପାହାଡ ଶିଖରରେ ଅଟକିଥିଲେ l ଉଭୟ ମହିଳା ବନ କର୍ମଚାରୀ କେବଳ ଗୋଟିଏ ଟର୍ଚ୍ଚ ଓ ମୋବାଇଲକୁ ଭରଷା କରି ପାହାଡ ତକଳୁ ଫେରିଛନ୍ତି l

{"id":757265,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ରବିବାର ଅପରାହ୍ନରେ ହାତି ଖୋଲିଆ ରେଞ୍ଜର ପଦ୍ମାବତୀ ବେହେରା ଓ ଗାର୍ଡ ଦେବଗିରି ପାହାଡରେ ନିଆଁ ଲାଗିଥିବା ଗ୍ରୀନ ପଏଣ୍ଟ ଚିହ୍ନଟ କରିବା ଲାଗି ଯାଇଥିଲେ । ସନ୍ଧ୍ୟା ପରେ ନିଆଁ ଲିଭାଳି ଦଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋବାରୁ ପାହାଡ ଉପରେ ଅଟକି ଯାଇଥିଲେ । ପାହାଡରେ ବନ୍ୟଜନ୍ତୁଙ୍କ ଭୟ ଓ ନିଜ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଥିଲେ । ରାତି ୯ଟାରେ ସୋର ମଙ୍ଗଳପୁର ବାଘ ଆମ୍ପୁଡ଼ାଠାରେ ଉଭୟ ମହିଳା ବନ କର୍ମଚାରୀ ପାହାଡ଼ରୁ ଭୟଭୀତ ଅବସ୍ଥାରେ ଓହ୍ଲାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ୧୦ଦିନ ଧରି ଦେବଗିରି ପାହାଡରେ ହୁତୁହୁତୁ ହୋଇ ନିଆଁ ଲାଗିଛି l ନିଆଁ ଆୟତ୍ତ କରିବାରେ ଜଙ୍ଗଲ ବିଭାଗ ବିଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.