କୁଆଖାଇ ନଦୀରେ ବୁଡ଼ି ୨ ଇଞ୍ଜିନିୟରିଙ୍ଗ୍‌ ଛାତ୍ର ମୃତ

Published By : Prameya-News7 Bureau | May 27, 2023 IST

ଭୁବନେଶ୍ୱର ୨୭/୦୫: କୁଆଖାଇ ନଦୀରେ ବୁଡି ୨ ଜଣ ଇଞ୍ଜିନିଅରରିଙ୍ଗ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଏବଂ ରେଙ୍ଗାଲିର ସତ୍ୟଜିତ୍‌ ଦାସ । ଉଭୟ ଆଜି ସଂଧ୍ୟା ପ୍ରାୟ ୭.୩୦ ରେ ଅନ୍ତା ଇନ୍ଦ୍ରପାଳ ନିକଟରେ କୁଆଖାଇ ନଦୀକୁ ଗାଧୋଇବା ପାଇଁ ଆସିଥିଲେ । ଗାଧୋଇବା ବେଳେ କୁଆଖାଇର ଗଭୀର ଗଣ୍ଡରେ ବୁଡ଼ିଯାଇଥିଲେ ।

ଖବର ପାଇ ବାଲିଅନ୍ତା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ନଦୀରେ ଖୋଜା ଖୋଜି କରିଥିଲେ । ଦୀର୍ଘ ସମୟ ପରେ ଉଭୟଙ୍କ ମୃତଦେହ କୁଆଖାଇରୁ ମିଳିଥିଲା । ପୋଲିସ୍ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍ ପଠାଇଛି । କୁଆଖାଇରୁ ବାଲି ଖନନ ଯୋଗୁ ନଦୀରେ ଗଭିର ଗଣ୍ଡ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଏଭଳି ଦୁର୍ଘଟଣା ମାନ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.