Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ସପ୍ତାହେ ମଧ୍ୟରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ, ୬ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

1/06/2023 at 3:36 PM

ଭୁବନେଶ୍ବର ୧।୬: ଆସନ୍ତା ସପ୍ତାହେ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ନେଇ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । ୬ ତାରିଖରେ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପାଖାପାଖି ସେହି ସମୟରେ ବଙ୍ଗୋପସାଗରରେ ମଧ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବା ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ ।

ରଜରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଥମେ ମୌସୁମୀ ବାୟୁ ଛୁଇଁବ । ପରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ମୌସୁମୀ ଛୁଇଁବ । ଦକ୍ଷିଣ-ଉତ୍ତର ଓଡ଼ିଶାକୁ ମୌସୁମୀର ଆଗମନ ହେବ । ପରେ ମୌସୁମୀ ବାୟୁ ଉପକୂଳମୁହାଁ ହେବ ।  

ମୌସୁମୀ ଆଗମନ ପୂର୍ବରୁ କଲବଲ କରିବ ତାତି । ରାଜ୍ୟରେ ତାତି ଆହୁରି ବଢ଼ିବ । ଆସନ୍ତା ୬ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୩ ଡିଗ୍ରୀ ରହିବ । ପଶ୍ଚିମ ଓଡିଶାରେ ପାରଦ ୪୬ ଡିଗ୍ରୀ ଛୁଇଁପାରେ । ୭ରୁ ୧୦ ତାରିଖ ଉପକୂଳରେ ମଧ୍ୟ ଗରମ ପ୍ରବଳ ଅନୁଭୂବ ହେବ । ଉପକୂଳରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଉତ୍ତର ଓଡ଼ିଶାରେ ହିଟୱେଭ ସ୍ଥିତି ହୋଇପାରେ ।

You Can Read :

   Related Posts