ଭୁବନେଶ୍ବର ଏକାମ୍ର କାନନରେ ଆରମ୍ଭ ହେଲା ୨ଦିନିଆ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ କାହାର ମନ ଘଡିଏ ଅଟକି ନଯିବ । ଫୁଲ ପ୍ରକୃତିର ଏକ ସୁନ୍ଦର ଅବଦାନ , ଏମିତି ଏକ ନିଆରା ଫୁଲ ବଗିଚା କୁ ଚାଲନ୍ତୁ ବୁଲି ଆସିବା । ଏହା ହେଉଛି  ରିଜିଓନାଲ ପ୍ଲାଣ୍ଟ  ରିଶୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋଶିଏସନ ପକ୍ଷରୁ  ଭୁବନେଶ୍ବର  ଏକାମ୍ର କାନନ ପାର୍କ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଫ୍ଲାୱାର ସୋ ବା ପୁଷ୍ପ ପ୍ରଦର୍ଶନୀ ।

{"id":73094}

ଗେ।ଲାପ , ଏକଜୁରା , ଜରବରା, ଆଷ୍ଟର , ଭରବିନା, ଗ୍ଲାଡିଓ, ପିଟୁନିଆ , ଲିଲିଅମ , କ୍ୟାଲେଣ୍ଡୁଲା , ଗେଣ୍ଡୁ ,ମନ୍ଦାର ଆଣ୍ଟିରିନିୟମ , ଜିନିଆ, ସେଲଭିଆ ସେବତି ର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲ ମତ୍ସୋବରେ ।ଭଳିକି ଭଳି ଫୁଳର ବଗିଚା ଥିଲା ବେଶ୍ ମନେ।ରମ । ବାସ୍ନାରେ ମହକି ଉଠୁଥିଲା ସାରା ପରିବେଶ ଛେ।ଟ ଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଇଥିଲେ ଘଡିଏ ପାଇଁ । କିଏ ଗେ।ଲାପ ବଗିଚାରେ ପାଖରେ ଠିଆ ହେ।ଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା ତ ଆଉ କିଏ ଫୁଲଗଛ ବୋହି ନେଇଥିଲେ ନିଜ ଘରର ବଗିଚାକୁ । ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ । ଏହି ଅବସରରେ ଏଠାରେ ଏକ ମଡର୍ଣ  ଟିସୁ କଲଚର ଲ୍ୟାବ୍ ଉଦଘାଟନ କରିଛନ୍ତି  ମନ୍ତ୍ରୀ । ତେବେ ଏଭଳି ଏକ ଉତ୍ସବକୁ ନେଇ ଖୁସି ପ୍ରକାଶ କରିବା ସହ ପ୍ରତିବର୍ଷ ଏହା ଅଧିକରୁ ଅଧିକ ଆକର୍ଷଣିୟ ହେଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।

{"id":73095}

ଫୁଲର ଏହି ସୁନ୍ଦର ଅପରୂପ ମନେ।ରମ ପରିବେଶକୁ ଯେକେହି ଆକୃଷ୍ଟ ହେବା ସ୍ବାଭାବିକ । ଖାଲି ​ ସେତିକି  ନୁହେଁ ଫୁଲର ଅପୂର୍ବ ସମ୍ଭାରକୁ ନିଜ କ୍ୟାମେରା ରେ ସାଇତି ରଖିବା ପାଇଁ କେହି ଭୁଲି ନ ଥିଲେ । ପାଖାପାଖି ୧୦୦ରୁ ଅଧିକ କିସମର ଫୁଲ ଏହି ଦୁଇ ଦିନିଆ ଉତ୍ସବରେ ଦେଖିବାକୁ ମିଳିଛି ।ଏବେ କକ୍ରିଂଟ ଯୁଗରେ ବଗିଚା କମିଯାଉଥିବା ବେଳେ ଏଭଳି ମନୋରମ ପରିବେଶ ପିଲାଙ୍କୁ ଦେଇଛି ଏକ ଭିନ୍ନ ଅନୁଭୁତି । ଏକ ପ୍ରାକୃତିକ ଅନୁଭବ ଦେଇଛି ପିଲାମାନଙ୍କୁ । ଏଠାରେ ଗାଡେନ୍ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ୭୦ଜଣ ପ୍ରତିଯୋଗି । ତେବେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଏହା ଦେଇଛି ସ୍ବତନ୍ତ୍ର ଜ୍ଞାନ  ।

{"id":73096}

ରିଜିଓନାଲ ପ୍ଲାଣ୍ଟ  ରିଶୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋଶିଏସନ ପକ୍ଷରୁ  ଭୁବନେଶ୍ବର  ଏକାମ୍ର କାନନ ପାର୍କ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଫ୍ଲାୱାର ସୋ ରେ ମଧ୍ୟ ସ୍ଥାନ ପାଇଛି ବିଭିନ୍ନ କୃଷି ଯନ୍ତ୍ର ପାତି ଓ ସାର ଆଦି ସାମଗ୍ରୀ ର ଷ୍ଟଲ । ଏଥିସହ ବୈଜ୍ଞାନିକ ଜ୍ଞାନ କୌଶଳ ର ଉପଯୋଗି କରି କିଭଳି ଗଛ ର ଯତ୍ନ ନିଆଯିବ ସେନେଇ ମଦ୍ୟ ଏଠାରେ ଦିଆଯାଉଛି ତଥ୍ୟ  ।

{"id":73098}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.