ରାଜ୍ୟସଭା ନିର୍ବାଚନ : ମଙ୍ଗଳବାର ନାମାଙ୍କନ ଭରିବେ ଦୁଇ ବିଜେଡି ପ୍ରାର୍ଥୀ

Published By : Prameya-News7 Bureau | February 13, 2024 IST

ଭୁବନେଶ୍ୱର ୧୩।୦୨ : ରାଜ୍ୟସଭା ନିର୍ବାଚନ । ମଙ୍ଗଳବାର ଦିନ ନାମାଙ୍କନ ଭରିବେ ବିଜେଡିରୁ ଦୁଇ ପ୍ରାର୍ଥୀ । କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ଶୁଭାଶିଷ୍‌ ଖୁଣ୍ଟିଆ ଆଜି ନାମାଙ୍କନ ଭରିବେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭାରେ ନାମାଙ୍କନ ଭରିବେ । ସୋମବାର ଦିନ ଉଭୟଙ୍କୁ ରାଜ୍ୟସଭା ଲାଗି ଚୟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

wp:embed {"url":"https://www.prameyanews7.com/bjd-declared-2-rajya-sabha-candiate-for-rajya-sabha-election/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjd-declared-2-rajya-sabha-candiate-for-rajya-sabha-election/
/wp:embed

ଦେବାଶିଷ ବିଜେଡିର ଟାଣୁଆ ନେତା ଭାବେ ପରିଚିତ । ସେ ୨୦୦୦ ମସିହାରେ ପ୍ରଥମେ ତିର୍ତ୍ତୋଲରୁ ଜିତିଥିଲେ । ଏହାପରେ ସେ ବାରବାଟୀ-କଟକରୁ ୨ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ଗତ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ। ସେହିଭଳି ଶୁଭାଶିଷ ପୁରୀର ଟାଣୁଆ ଯୁବନେତା ଭାବେ ପରିଚିତ । ସେ ରାଜ୍ୟ ଯୁବ ବିଜେଡି ଉପସଭାପତି ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଗେଇନେବାରେ ତାଙ୍କର ବଡ଼ ଯୋଗଦାନ ଥିଲା । ତାଙ୍କ ଦକ୍ଷତା ଓ ସକ୍ରିୟତାକୁ ଆଧାର କରି ନବୀନ ତାଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଦଳୀର ତୃତୀୟ ପ୍ରାର୍ଥୀ କିଏ ସେ ସଂପର୍କରେ କିଛି ଘୋଷଣା ହୋଇନି । ବିଜେଡିରୁ କିଏ ଯିବ ରାଜ୍ୟସଭା? ଏହାକୁ ନେଇ ଦଳୀୟ ମହଲରେ ବେଶ୍‌ ଚର୍ଚ୍ଚା ଲାଗି ରହିଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଛି । ସାଂସଦ ଅମର ପଟ୍ଟନାୟକ, ଅଶ୍ୱିନୀ ବୈଷ୍ଣବ ଓ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରୁଛି । ଖାଲି ୩ ଆସନ ପାଇଁ ଆସନ୍ତା ୨୭ରେ ଭୋଟ ହେବ ।

wp:embed {"url":"https://www.prameyanews7.com/notification-released-for-rajya-sabha-seats/","type":"wp-embed","providerNameSlug":"prameya-news-7"}
https://www.prameyanews7.com/notification-released-for-rajya-sabha-seats/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.