ଭଦ୍ରକ ୧୦।୨: ଝାରସୁଗୁଡା ରେଲୱେ ପୋଲିସ ଦ୍ବାରା ଚଳନ୍ତା ଟ୍ରେନରୁ ଚାଉଳ ଚୋରି ଅଭିଯୋଗରେ ଦୁଇ ଯୁବକ ଗିରଫ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ସହାୟତାରେ ଧାମନଗର ଖାନକା ପରିସରରୁ ଦୁଇ ଜଣକୁ ଗିରଫ କରି ଝାରସୁଗୁଡା ନେଇଛି ଝାରସୁଗୁଡା ରେଲୱେ ପୋଲିସ ।
{"id":222720,"sizeSlug":"large"}ଚାଉଳ ଚୋରି ନେଇ ଝାରସୁଗୁଡା ଆରପିଏଫ ଥାନାରେ କେଶ ନଂ ୨/୨୦ରେ ମାମଲା ରୁଜୁ ହୋଇଥିଲା । ଘଟଣାର ତଦନ୍ତ ଆରମ୍ଭ କରିଥିଲା ଆରପିଏଫ୍ ପୋଲିସ । ଫୋନ୍ ଟ୍ରାକିଂ ମାଧ୍ୟମରେ ଅଭିଯୁକ୍ତମାନେ ଧାମନଗରରେ ଅଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଥିଲା । ପ୍ରାୟ ଏକ ମାସ ତଳେ ଟ୍ରେନରୁ ୩୦୦ ବସ୍ତା ଚାଉଳ ଚୋରି କରିବା ଘଟଣା ଝାରସୁଗୁଡା ରେଲୱେ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଥିଲା ।
{"id":222721,"sizeSlug":"large"}ପୂର୍ବରୁ ଏହି ଘଟଣାରେ ଆରପିଏଫର ୫ରୁ ଅଧିକ ଉପରିସ୍ଥ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ଅଭିଯୁକ୍ତମାନଙ୍କ ନାଁରେ ୧୦ରୁ ଅଧିକ ଚୋରି ମାମଲା ଥିବା ମଧ୍ୟ ସୂଚନା ମିଳିଛି ।