ସ୍କୁଲକୁ ଯାଇ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରୀ ନିଖୋଜ
27/01/2019 at 12:09 PM

ନୟାଗଡ ୨୭|୧: ସ୍କୁଲକୁ ଯାଇଥିବା ଅଷ୍ଟମ ଶ୍ରେଣୀର ୨ ଜଣ ଛାତ୍ରୀ ନିଖୋଜ ହୋଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ସଦରଥାନା ଗୋଡ଼ିସାହିରେ । ଛାତ୍ରୀ ଦୁଇଜଣ ସଂପର୍କୀୟ ଭଉଣୀ ହୋଇଥିବା ବେଳେ ସେମାନେ ବରପଲ୍ଲୀ ଏମ୍ ଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।

ଗତ ଶୁକ୍ରବାର ଦିନ ଦୁଇ ଛାତ୍ରୀ ସାଇକେଲରେ ସ୍କୁଲ ଯାଇଥିଲେ ମଧ୍ୟ ସ୍କୁଲ ନିକଟରେ ସାଇକେଲ ଥିବା ବେଳେ ସେମାନଙ୍କର ପତ୍ତା ମିଳୁନି। ପରିବାର ଲୋକେ ଓ ସଂପର୍କୀୟ ସେମାନଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ପାଇନାହାନ୍ତି। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଇଥିବା ବେଳେ ଶୀଘ୍ର ଉଦ୍ଧାର କରାଯିବା ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଏ ସଂପର୍କରେ କିଛି ଜାଣିନଥିବା କହିଛନ୍ତି।
Related Posts
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023