ଗଞ୍ଜେଇ ବିଜ୍ଞାପନ ଦେଖାଇବାରେ ପ୍ରଥମ ସୋସିଆଲ ମିଡିଆ ପ୍ଲାଟଫର୍ମ ହେବ ଟ୍ବିଟର

Published By : Prameya-News7 Bureau | February 16, 2023 IST

ନୂଆଦିଲ୍ଲୀ, ୧୬/୦୨: ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ ଏଥିରେ ଅନେକ ପରିବର୍ତ୍ତନ ହୋଇଛି। ଯାହାକୁ ନେଇ ଟ୍ବିଟରରେ ଲଗାତାର ଚର୍ଚ୍ଚାରେ ରହିଆସିଛି । ଏହି କ୍ରମରେ ଏବେ ଟ୍ବିଟରରେ ଆଉ ଏକ ଅଜବ ପରିବର୍ତ୍ତନ ନିଷ୍ପତ୍ତି ନେଇଛି। ଟ୍ବିଟର ପ୍ରଥମ ଏଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ହୋଇଛି ଯାହା ଗଞ୍ଜେଇର ବିଜ୍ଞାପନ ଦେଖାଇବ। ତେବେ ଟ୍ବିଟର କେବଳ ଆମେରିକାରେ କାନାବିସ୍ କମ୍ପାନୀଙ୍କୁ ନିଜ ପ୍ଲାଟଫର୍ମରେ ବିଜ୍ଞାପନ ଅନୁମତି ଦେବାକୁ ଯାଉଛି।

ଜାଣନ୍ତୁ କ’ଣ ଏହି ମାମଲା:

ପ୍ରକୃତରେ ଟ୍ବିଟର ଏହାର ବିଜ୍ଞାପନ ପଲିସିକୁ ଅପଡେଟ କରିଛି। ଯେଉଁଥିରେ ଗଞ୍ଜେଇର ବିଜ୍ଞାପନକୁ ଅନୁମତି ଦିଆଯାଇଛି। ଆଉ ଏଭଳି ଅନୁମତି ଦେବାରେ ଆମେରିକାର ପ୍ରଥମ ସୋସିଆଲ ମିଡିଆ ପ୍ଲାଟଫର୍ମ ହୋଇଛି। ତେବେ କେବଳ ଲାଇସେନ୍ସପ୍ରାପ୍ତ କାନାବିସ୍ କମ୍ପାନୀଙ୍କୁ ବିଜ୍ଞାପନ ପାଇଁ ଅନୁମତି ଦିଆଯିବ ବୋଲି ଟ୍ବିଟର କହିଛି। ଏଥିପାଇଁ କମ୍ପାନୀଙ୍କୁ ଏକ ଜଟିଳ ଅନୁମତି ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ିଥାଏ। ଏହ ସହ ୨୧ ବର୍ଷରୁ କମ୍ ବୟସର ଲୋକଙ୍କୁ ଯେପରି ଏହାଦ୍ବାରା ଟାର୍ଗେଟ କରାନଯିବ ସେନେଇ ଧ୍ୟାନ ରଖିବ। ଟ୍ବିଟର କହିଛି ଯେ ଏହି ପଲିସିର ଉଦ୍ଦେଶ୍ୟ ‘ରେସପନ୍ସିବଲ କାନାବିସ୍‌ ମାର୍କେଟିଙ୍ଗ୍‌‘ ପାଇଁ ଅଧିକ ଅବସର ଦେବ।

ଅନ୍ୟ ପ୍ଲାଟଫର୍ମରେ କ’ଣ ରହିଛି ପଲିସି

ସୂଚନାଯୋଗ୍ୟ, ଫେସବୁକ୍ ଇନଷ୍ଟାଗ୍ରାମ୍‌ ଏବଂ ଟିକ୍‌ଟକ୍ ସହ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘‘ନୋ କାନାବିସ୍‌ ପଲିସି’’ର ପାଳନ କରିଥାନ୍ତି କାରଣ ଏହା ଆମେରିକାରେ ସଂଘୀୟ ସ୍ତରରେ ଅବୈଧ। ଅବଶ୍ୟ ଟ୍ବିଟର ପାଇଁ ଏହା ଏକ ଅବସର ହୋଇପାରେ। ଏକ ରିପୋର୍ଟ ଅନୁଯାୟୀ, ୨୧ ରାଜ୍ୟ ପୂର୍ବରୁ ହିଁ ଗଞ୍ଜେଇର ବ୍ୟବହାରକୁ ଆଇନତଃ ମଞ୍ଜୁରୀ ଦେବା ପାଇଁ ପଦକ୍ଷେପ ନେଇଛନ୍ତି।

ଟ୍ବିଟରର ଏହି ନିଷ୍ପତ୍ତି ପରେ ଅଧିକାଂଶ କାନାବିସ୍‌ କମ୍ପାନୀ ଏହାକୁ ନେଇ ଉତ୍ସାହିତ ଦେଖାଯାଇଛନ୍ତି। ଆମେରିକାରେ ପରିଚାଳିତ ସବୁଠୁ ବଡ଼ ଭାଙ୍ଗ କମ୍ପାନୀ Curaleaf ର କ୍ୟାଟ ଲିଞ୍ଚ କହିଛନ୍ତି ଯେ ଏହି ପରିବର୍ତ୍ତନ ମୁଖ୍ୟସ୍ରୋତର କଲ୍ୟାଣ ଶ୍ରେଣୀ ଭାବରେ ଭାଙ୍ଗର ବଢ଼ୁଥିବା ସ୍ବୀକୃତି କଥା କହୁଛି ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ଏହାକୁ ଆପଣାଇବାକୁ ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.