ପ୍ରେମିକାକୁ ବୁଲାଇ ନେବା ପାଇଁ କ୍ରିକେଟରଙ୍କୁ ଟଙ୍କା ମାଗିଲେ ଫ୍ୟାନ୍, ତା ପରେ କ'ଣ ହେଲା ଜାଣନ୍ତୁ

Published By : Prameya-News7 Bureau | September 29, 2022 IST

ନୂଆଦିଲ୍ଲୀ: ପ୍ରେମ କରୁଛନ୍ତି, ହେଲେ ଗର୍ଲଫ୍ରେଣ୍ଡକୁ ବୁଲାଇ ନେବାକୁ ପାଖରେ ପଇସା ନାହିଁ। ପ୍ରେମିକାକୁ ବୁଲାଇ ନେବାକୁ ମନ କରି କ୍ରିକେଟରଙ୍କୁ ଟଙ୍କା ମାଗିଲେ ଫ୍ୟାନ୍। ତା ପରର ଘଟଣା ଆହୁରି ରୋଚକ।

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମିତ ମିଶ୍ରା ସୋଶାଲ୍‌ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି। ଆଜିକାଲି ତାଙ୍କର ମଜାଳିଆ ଟ୍ୱିଟ୍‌କୁ ନେଇ ଫ୍ୟାନ୍‌ମାନେ ବି ଖୁବ୍ ମଜା ଉଠାଉଛନ୍ତି। ନିକଟରେ ଅମିତ ମିଶ୍ରାଙ୍କର ଏକ ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ରୋଡ୍ ସେଫ୍‌ଟି ୱାର୍ଲ୍ଡ ସିରିଜ୍‌ ୨୦୨୨ର ପ୍ରଥମ ସେମିଫାଇନାଲ୍‌ରେ ମ୍ୟାଚ୍‌କୁ ନେଇ ଅମିତ ମିଶ୍ରା ଏକ ଟ୍ୱିଟ୍ କରିଥିଲେ। ମ୍ୟାଚ୍‌ରେ ସୁରେଶ ରାଇନାଙ୍କ କ୍ୟାଚ୍‌ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ନେଇ ସେ ଟ୍ୱିଟ୍ କରିଥିଲେ। ଆଉ ଏହି ଟ୍ୱିଟ୍‌ର କମେଣ୍ଟ ଦେଇ ଜଣେ ଫ୍ୟାନ୍ ଅମିତ ମିଶ୍ରାଙ୍କୁ ସିଧା ଟଙ୍କା ମାଗିଥିଲେ।

wp:html /wp:html

ଗର୍ଲଫ୍ରେଣ୍ଡକୁ ବୁଲେଇ ନେବାକୁ ପାଖରେ ଟଙ୍କା ନାହିଁ, ୩୦୦ ଟଙ୍କା ଜିପେ(ଗୁଗଲ ପେ) କରନ୍ତୁ ବୋଲି ଫ୍ୟାନ୍‌ ଅମିତ ମିଶ୍ରାଙ୍କୁ ଅନୁରୋଧ କରିଥିଲେ। ଆଉ ଅମିତ ମିଶ୍ରା ମଧ୍ୟ ଉକ୍ତ ଫ୍ୟାନ୍‌କୁ ୩୦୦ ବଦଳରେ ୫୦୦ ଟଙ୍କା ଦେଇଥିଲେ। ଏହାର ସ୍କ୍ରିନ୍‌ ଶଟ୍‌ ମଧ୍ୟ ଟ୍ୱିଟରରେ ଶେୟାର କରିଥିଲେ।  
ଅମିତ ମିଶ୍ରାଙ୍କର ଏହି ଟ୍ୱିଟ୍‌କୁ ନେଇ ମଧ୍ୟ ଫ୍ୟାନ୍‌ମାନେ ମଜାଳିଆ ମଜାଳିଆ ଟ୍ୱିଟ୍ କରିଥିଲେ ଓ କମେଣ୍ଟ ବି ଦେଇଥିଲେ। ମିଶ୍ରା ମଧ୍ୟ ଏହାର ମଜା ଉଠାଇଥିଲେ।
ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ରାଇନା ଅଷ୍ଟ୍ରେଲିଆ ଲିଜେଣ୍ଡସର ଅଧିନାୟକ ଶେନ୍ ୱାଟ୍‌ସନଙ୍କର ଏକ ସୁନ୍ଦର କ୍ୟାଚ୍ ଧରିଥିଲେ। ସେବେଠାରୁ ଟ୍ୱିଟରରେ ଏହି କ୍ୟାଚ୍‌ର ବହୁତ ତାରିଫ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.