CA ପରୀକ୍ଷାରେ ଟପ୍ କଲେ ଯମଜ ଭଉଣୀ, ପରିବାରର ୬ ଜଣଙ୍କ ମଧ୍ୟରୁ ୫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

Published By : Prameya-News7 Bureau | January 11, 2024 IST

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ) ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଫାଇନାଲ ଏବଂ ଇଣ୍ଟର ପରୀକ୍ଷା ଫଳାଫଳ ମଙ୍ଗଳବାର ଘୋଷଣା କରିଥିଲା । ଏହାପରେ ମୁମ୍ୱାଇର ଦୁଇ ଯମଜ ଭଉଣୀ ସଂସ୍କୃତି ଏବଂ ଶ୍ରୁତି ସାରା ଦେଶରେ ଚର୍ଚ୍ଚାକୁ ଆସିଛନ୍ତି । ଦୁଇ ଭଉଣୀ ଏହି ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କିରେ ଦ୍ୱିତୀୟ ଏବଂ ଅଷ୍ଠମ ସ୍ଥାନ ହାସଲ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରୋଲିଆ ପରିବାରଙ୍କୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଖଣି ବୋଲି କୁହାଯାଏ । ପରୋଲିଆ ପରିବାରରେ ୬ ଜଣଙ୍କ ମଧ୍ୟରୁ ୫ ଜଣ ସଦସ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି । ସଂସ୍କୃତି-ଶ୍ରୁତିଙ୍କ ବାପା-ଭାଇ ମଧ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି ।

{"id":894509,"sizeSlug":"full","linkDestination":"none"}

ଆଇସିଏଆଇ ପକ୍ଷରୁ ସିଏ ଫାଇନାଲ୍ ରେଜଲ୍ଟ ସହ ଟପର୍ସଙ୍କ ଲିଷ୍ଟ ମଧ୍ୟ ଜାରି କରିଛି । ଟପର୍ସ ଲିଷ୍ଟ ଆସିବା ପରେ ମୁମ୍ୱାଇର ଦୁଇ ଭଉଣୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସିଏ ଫାଇନାଲରେ ଟପ୍ କରିଥିବା ୨୨ ବର୍ଷୀୟ ଦୁଇ ଭଉଣୀ ସ୍କୁଲଠାରୁ କଲେଜ ଯାଏ ଏକାଠି ପାଠ ପଢିଥିଲେ । ସ୍କୁଲ ପଢା ସରିବା ପରେ ସଂସ୍କୃତି ଏବଂ ଶ୍ରୁତି ଏଚଆର କଲେଜ ଚର୍ଚ୍ଚଗେଟରେ ଭର୍ତ୍ତି ହୋଇଥିଲେ । ଗ୍ରାଜୁଏସନ ସହ ଦୁହେଁ ସିଏ ପାଇଁ ପଢାପଢି ଆରମ୍ଭ କରିଥିଲେ । ଏବେ ଦୁଇଁ ଭଉଣୀ ସିଏ ଫାଇନାଲ ପରୀକ୍ଷାରେ ଟପ୍ କରିଛନ୍ତି । ସିଏ ଫାଇନାଲରେ ଦ୍ୱିତୀୟ ରାଙ୍କରେ ଥିବା ସଂସ୍କୃତି ୭୪.୮୮ ପ୍ରତିଶତ ରଖିଛନ୍ତି । ସେ ୮୦୦ରୁ ୫୯୯ ମାର୍କ ରଖିଛନ୍ତି । ଅନ୍ୟପଟେ ଶ୍ରୁତିଙ୍କ ରାଙ୍କ ୮ ରହିଛି ।   

ପଢନ୍ତୁ: ଘୋଷଣା ହେଲା NEET ୨୦୨୪ ପରୀକ୍ଷା ତାରିଖ, ଜୁଲାଇ ତାରିଖରୁ ହେବ ଆରମ୍ଭ

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲରେ ଚଳିତ ବର୍ଷ ପ୍ରଥମ ଗ୍ରୁପରେ ମାତ୍ର ୯.୪୬ ପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି । ଦ୍ୱିତୀୟ ଗ୍ରୁପରେ ୬୨,୬୭୯ ଜଣଙ୍କ ମଧ୍ୟରୁ ୧୩,୫୪୦ ଜଣ ସଫଳ ହୋଇଛନ୍ତି । ଦ୍ୱିତୀୟ ଗ୍ରୁପରେ ୨୧.୬ ପ୍ରତିଶତ ପାସ୍ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.