ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଭୂମିକମ୍ପର ୧୩ ଦିନ ପରେ ଉଦ୍ଧାର କାର୍ଯ୍ୟ ଶେଷ କଲା ତୁର୍କୀ: ଭୁଶୁଡ଼ିଛି ଦେଢ଼ ଲକ୍ଷ ବିଲ୍ଡିଂ, ଯାଇଛି ୪୦ ହଜାରରୁ ଅଧିକ ଜୀବନ

19/02/2023 at 8:51 PM

ଇସ୍ତାନବୁଲ: ଭୟଙ୍କର ଭୂମିକମ୍ପର ୧୩ ଦିନ ପରେ ଉଦ୍ଧାର କାର୍ଯ୍ୟ ସମାପ୍ତ କଲା ତୁର୍କୀ। ଫେବ୍ରୁଆରୀ ୬ ତାରିଖରେ ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଏଥିରେ ୪୪ ହଜାରରୁ ଅଧିକ ଜୀବନ ଯାଇଛି। କେବଳ ତୁର୍କୀରେ ୪୦ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତୁର୍କୀରେ ପ୍ରାୟ ଦେଢ଼ ଲକ୍ଷ ବିଲ୍ଡଂ ଭୁଶୁଡ଼ି ପଡ଼ିଛି।

ତେବେ ଭୂମିକମ୍ପର ପ୍ରାୟ ଦୁଇ ସପ୍ତାହ ପରେ ଆଜି ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ତୁର୍କୀ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ସୂଚନା ଦେଇଛି।  ଅଙ୍କାରାରେ ସଂସ୍ଥାର ମୁଖ୍ୟ ୟୁନୁସ ସିଜର କହିଛନ୍ତି ” ଆମର କିଛି ରାଜ୍ୟରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ତେବେ କହରାମାନମରସ ଏବଂ ହାତାୱେ ରାଜ୍ୟରେ ସର୍ଚ୍ଚ ଅପରେସନ ଜାରି ରହିବ।”

ଫେବ୍ରୁଆରୀ ୬ ତାରିଖରେ ହୋଇଥିବା ପ୍ରଥମ ଭୂମିକମ୍ପର ତୀବ୍ରତା ୭.୮ ଥିଲା। ପାଜାରିକ ଜିଲ୍ଲା କହରମାନମରସରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା। ସିଜର କହିଛନ୍ତି ଯେ ଉପରୋକ୍ତ ରାଜ୍ୟଗୁଡିକରେ ଥିବା ୪୦ ବିଲ୍‌ଡିଂରେ ସର୍ଚ୍ଚ ଅପରେସନ କରାଯିବ।

ସେହିପରି ତୁର୍କୀରେ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ଦେଇ ୟୁନୁସ କହିଛନ୍ତି ଯେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୦,୬୮୯ ହୋଇଥିବା ବେଳେ ଦୁଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪୪,୩୭୭ ହୋଇଛି। ଶନିବାର ତୁର୍କୀରେ ନଷ୍ଟ ହୋଇଥିବା ସମ୍ପତ୍ତି ବିଷୟରେ ସୂଚନା ଦେଇ ତୁର୍କୀ ଉପରାଷ୍ଟ୍ରପତି ଫଉତ ଉକ୍ତାୟେ କହିଛନ୍ତି ପାଖାପାଖି ୧୦୫,୦୦୦ ବିଲ୍‌ଡିଂ ଧ୍ୱଂସ ହୋଇଛି। ସେଥିମଧ୍ୟରୁ କିଛି ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି।

ଭୂମିକମ୍ପ ହେବା ପରଠାରୁ ବିଭିନ୍ନ ଦେଶର ଉଦ୍ଧାରକାରୀ ଦଳ ଆସି ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ୨୯୬ ଘଣ୍ଟା ବିତିଯାଇଥିଲେ ବି ଶନିବାର କିର୍ଗିସ୍ତାନର ଉଦ୍ଧାରକାରୀ ଦଳ ପରିବାର ୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ। ବାପାମା ସଂଘର୍ଷ କରି ବଞ୍ଚିଯାଇଥିଲେ ବି ୩ ପିଲାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ମିଡିଆରେ ଖବର ପ୍ରକାଶ ପାଇଛି।

   Related Posts