ରିଲିଜ୍‌ ହେଲା ରଣବୀର-ଶ୍ରଦ୍ଧାଙ୍କର ଫିଲ୍ମ ‘TJMM’ର ଟ୍ରେଲର, ଦେଖିବାକୁ ମିଳିଲା ଜବରଦସ୍ତ କେମେଷ୍ଟ୍ରି

Published By : Prameya-News7 Bureau | January 23, 2023 IST

ମୁମ୍ଵାଇ ୨୩।୦୧: ନିର୍ଦ୍ଦେଶକ ଲଭ ରଂଜନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତୁ ଝୁଠି ମେଁ ମକାର । ଏହାର ଟ୍ରେଲର ଆଜି ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପରଦାରେ ରୋମାନ୍ସ କରିବେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରଣବୀର -ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର 'ତୁ ଝୁଠି ମେଁ ମକାର' ବୋଲ୍ଡ କଣ୍ଟେଣ୍ଟରେ ପରିପୂର୍ଣ୍ଣ।

wp:html
/wp:html

ETimes ରିପୋର୍ଟ ଅନୁଯାୟୀ, ଆଜି ରିଲିଜ୍‌ ହୋଇଛି 'ତୁ ଝୁଠି ମେଁ ମକାର'ର ଟ୍ରେଲରରେ ଦର୍ଶକଙ୍କୁ ପସନ୍ଦ ଆସିବ । ଶ୍ରଦ୍ଧା ଏବଂ ରଣବୀର ଲଭ ରଂଜନଙ୍କ ଟ୍ରେଲରରେ ଅତି କମରେ ତିନିଥର କିସ୍‌ ଦେଉଥିବାର ନଜର ଆସିଛନ୍ତି। ଏଥି ସହିତ, ଏକ ସୋର୍ସରୁ ଏହା ମଧ୍ୟ ଜଣା ପଡିଛି ଯେ ଫିଲ୍ମର ଟ୍ରିଟମେଣ୍ଟ ପୁରାପୁରି କ୍ଲାସିକ୍‌ ହୋଇଛି । 'ତୁ ଝୁଠି ମେନ୍ ମକାର'ର ବୋଲ୍ଡ ଏବଂ ସୁନ୍ଦର ଆଇଡିଆ ନିର୍ମାଣ କରାଯାଇଛି । ଫିଲ୍ମରେ ଶ୍ରଦ୍ଧା ବିକିନିରେ ସମ୍ପୂର୍ଣ୍ଣ ଆରାମଦାୟକ ଏବଂ କ୍ଲାସି ଲାଗୁଛନ୍ତି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ TJMM ନିଶ୍ଚିତ ଭାବରେ ଫ୍ରେଶ ଏୟାର । ଏହି ନୂଆ ଯୋଡିକୁ ଦେଖିଲେ ଲାଗୁଛି ଜବରଦସ୍ତ କମେଷ୍ଟ୍ରୀ ଜମିବ। ଟ୍ରେଲରଟି ରଙ୍ଗୀନ, ୟୁନିକ ହେବା ସହିତ ଏଣ୍ଟରଟେନିଂ କରିବ ବୋଲି ଆଶା କରାଯାଉଛି।

ଫିଲ୍ମର ଟାଇଟଲ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନଥିଲା । ସମସ୍ତେ ଏହାକୁ ଲଭ ଭ ରଂଜନଙ୍କ ଫିଲ୍ମ ବୋଲି କହୁଥିଲେ। ଅନ୍ୟପକ୍ଷରେ, ଇଟିମସ୍ ରିପୋର୍ଟ ଅନୁଯାୟୀ, ଟାଇଟଲ୍ ଘୋଷଣା ଏବଂ ପଞ୍ଜୀକରଣରେ ବିଳମ୍ବ ହେବାର କାରଣ ହେଉଛି ଯେ ଲଭ୍ ଫିଲ୍ମର ଅନନ୍ୟ ନାମ ଲିକ୍ କରିବାକୁ ଚାହୁଁନଥିଲେ। ଏଭଳି ପରିସ୍ଥିତିରେ ଏବେ ଫିଲ୍ମର ଟ୍ରେଲର ଲଞ୍ଚ ଉପରେ ସମସ୍ତଙ୍କ ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.