୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଳିଗଲା ୧୪ ଚକିଆ ଟ୍ରକ, ଡ୍ରାଇଭର ମୃତ

Published By : Prameya-News7 Bureau | October 15, 2022 IST

ଯାଜପୁର, ୧୫/୧୦: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସିଙ୍ଗଡ଼ା ଛକ ନିକଟରେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଟ୍ରକ ଜଳି ଯିବା ସହ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣାପଡିଛି । ସୂଚନା ମୁତାବକ ସୁରେଶ ଆଜି ଅପରାହ୍ନରେ ଏକ ୧୪ ଚକିଆ ଟ୍ରକ୍ ନେଇ ପାଣିକୋଇଲି ଅଭିମୁଖେ ଯାଉଥିବା ସମୟରେ ସିଙ୍ଗଡା ଛକ ନିକଟରେ ଟ୍ରକଟି ୧୧ କେଭି ତାରରେ ଲାଗି ଯାଇଥିଲା ।

ପରେ ଡ୍ରାଇଭର ଜଣଙ୍କ ଟ୍ରକ୍ ଉପରେ ଚଢ଼ି ତାରକୁ ଖୋଲିବାକୁ ଚେଷ୍ଟା କରିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକଟି ମଧ୍ୟ ଜଳି ଯାଇଥିଲା। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.