ଟ୍ରକ ଓ ଆମ୍ବୁଲାନ୍ସ ମୁଁହାମୁହିଁ ଧକ୍କା; ଜଣେ ଗୁରୁତର

Published By : Prameya-News7 Bureau | November 02, 2022 IST

ବାରିପଦା ୦୨/୧୧: ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣି ବାଇପାସରେ ମାଲବାହୀ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ମୁଁହାମୁହିଁ ଧକ୍କା। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ଖବର ଅନୁସାରେ, ଦିଲ୍ଲୀରୁ ରୋଗୀ ନେଇ  ଆସୁଥିବା ଏକ ଆମ୍ବୁଲାନ୍ସକୁ ଗୋଟିଏ ମାଲବାହୀ ଟ୍ରକ ଧକ୍କା ଦେଇଥିଲା। ଏଥିରେ ଆମ୍ବୁଲାନ୍ସ ଓ ଟ୍ରକ କର୍ମଚାରୀ ଆହତ ହୋଇଥିବା ବେଳେ ଆମ୍ବୁଲାନ୍ସ ଚାଳକ ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକମାନେ ଦୁର୍ଘଟଣା ନେଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଛନ୍ତି। ଅଗ୍ନିଶମ ବାହିନି  ଦୁର୍ଘଟଣା ସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବାରିପଦା ପିଆରଏମ ହସ୍ପିଟାଲକୁ ପଠାଇଛନ୍ତି। ଏଥିରେ ଆମ୍ବୁଲାନ୍ସ ଚାଳକ ମାନ ବାହାଦୂରଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ପାଲବଣି ବାଇପାସରେ ଜାତୀୟ ରାଜପଥରେ ତ୍ରୁଟିଜନକ ବ୍ୟବସ୍ଥା ଯୋଗୁ ବାରମ୍ବାର ଦୁର୍ଘଟଣା ହୋଇ ଧନ ଜୀବନ ହାନି ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.