LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦଳିତ ନାବାଳିକାକୁ ଅବକାରୀ କର୍ମଚାରୀଙ୍କ ନିର୍ଯ୍ୟାତନା

1/05/2018 at 5:37 AM

ପୁଣି ଜଣେ ନାବାଳିକାକୁ ନିର୍ଯ୍ୟାତନା । ଏଥର କିନ୍ତୁ ଖୋଦ ସରକାରୀ ଅର୍ଥାତ ଅବକାରୀ ବାବୁ ମାନେ ଏପରି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଚି ।
ଅବକାରୀ କର୍ମଚାରୀମାନଙ୍କ ଅମାନବୀୟ ନିର୍ଯ୍ୟତନାରେ କାନ୍ଦି କାନ୍ଦି ଠିକରେ କଥା କହି ପାରୁନଥିବା ଏହି ୧୪ ବର୍ଷୀୟା ନାବାଳିକା ହେଉଛନ୍ତି ରାନୀ ବହେରା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଂହା ଗ୍ରାମର ବିଜୟ ଓ ମାତା ଗୀତା ବେହେରାଙ୍କର ଝିଅ । ଆଉ ତାଙ୍କର କେବଳ ଏତିକି ଦୋଷ ଯେ ତାଙ୍କ ବୁଢିମା ପୂର୍ବରୁ କୁଆଡେ ଚୋରା ଦେଶି ମଦ ବେପାର କରୁଥିଲେ । ବୁଢି ମା’ ତ କେବେଠୁ ମରିଗଲେଣି । କିନ୍ତୁ ଆମେ ଭାବୁଛୁ ସେହି ବୁଢି ମା’ର ଦୋଷ ହିଁ ଏବେ ବୋଧେ ମୁଣ୍ଡେଇବାକୁ ପଡୁଛି ଏହି ନାବାଳିକାକୁ । ଏପରିକି ଚୋରା ମଦ ଚଢାଉ ଆଳରେ ଗତ ୨୨ ତାରିଖ ରାତି ପ୍ରାୟ ସାଢେ ୭ ଟାରେ ଛଅ ସାତ ଜଣ ଅବକାରୀ କର୍ମଚାରୀ ତାଙ୍କ ଘରେ ଅଚାନକ ପଶିଥିଲେ । ବାପା ବିଜୟଙ୍କ ଅନୁପସ୍ଥିତରେ ଏହି କର୍ମଚାରୀମାନେ ତାଙ୍କ ମା’ଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହି ନାବାଳିକା ରାନି ତା’ର ମା’କୁ ଛାଡି ଦେବାପାଇଁ ବହୁ କାବୁତି ମିନତି ହୋଇ ନେହୂରା ହୋଇଥିଲେ । ମାତ୍ର ଅବକାରୀ ବାବୁମାନେ ଏହି ନିରୀହ ନାବାଳିକା ଉପରେ ଅମାନୁଷିକଭାବେ କିପରି ସରକାରୀ ଖାକି ପୋଷାକ ଦମ୍ ଦେଖାଇବାକୁ ଭୁଲି ନଥିଲେ ଶୁଣନ୍ତୁ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ମୁହଁରୁ ।
ଅବକାରୀ ବାବୁମାନଙ୍କ ଅମାନୁଷିକ ମାଡ ଓ ନିର୍ଯ୍ୟାତନାରେ ଶିକାର ରାନୀକୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନିସ୍ତୁକ ମାଡ ଯୋଗୁଁ ତାଙ୍କ ଗୋଡରେ ଗଭୀର ଆଘାତରେ ସେ ଏବେ ଅକର୍ମଣ୍ୟ । ନବମ ଶ୍ରେଣୀରେ ପାଠ ପଢୁଥିଲେ ମଧ୍ୟ ପାଠ ପଢାରେ ଲାଗିଯାଇଛି ଡୋରୀ । ଏ ସଂପର୍କରେ କାମାକ୍ଷାନଗର ଥାନାରେ ଳିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ମାତ୍ର ପୁଲିସ ଚୁପ୍ । ପରେ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ଗୁହାରୀ କରିଛନ୍ତି । କିନ୍ତୁ କେହି ଶୁଣୁନାହାନ୍ତି ଏହି ଦଳିତ ନାବାଳିକାର ଦୁଖ । ଗୋଟିଏ ନିରୀହ ଦଳିତ ପରିବାର ଉପରେ ଅବକାରୀ କର୍ମଚାରୀମାନଙ୍କ ଏପରି ଅମାନବୀୟକାଣ୍ଡ ଓ ନିର୍ଯ୍ୟାତନା ସତ୍ବେ ପୁଲିସ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି । ଏ ସଂପର୍କରେ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ ନେଇ ମାମଲା ରୁଜୁ କରାଯାଇଛି ବୋଲି ଢେଙ୍କାନାଳ ଏସପି ସଫେଇ ଦେଇଛନ୍ତି । ମାତ୍ର ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଦୂରେ ଥାଉ । ତାଙ୍କ କର୍ମଚାରୀମାନେ ଘଟାଇଥିବା ଏପରି ମାନବୀୟକାଣ୍ଡ ମାନିବାକୁ ମଧ୍ୟ ନାରାଜ ।
ଶେଷରେ ନିରାଶ ଏହି ଦଳିତ ପରିବାରକୁ ନ୍ୟାୟ ପାଇଁ ଅନ୍ତର୍ଜାତୀୟ ମାନବ ସୁରକ୍ଷା କାଉନସିଲର ଶରଣ ପଶିବାକୁ ପଡିଛି । ଫଳରେ ଏହି କାଉନସିଲର ଏକ ଟିମ ଢେଙ୍କାନାଳ ଏସପିଙ୍କୁ ଭେଟି ଏହି ଦଳିତ ପରିବାରୁକୁ ନ୍ୟାୟ ପାଇଁ ଏପରି ଅମାନୁଷିକକାଣ୍ଡ ଘଟାଇଥିବା ଅବକାରୀ କର୍ମଚାରୀ ମାନଙ୍କ ଗିରଫ ଦାବି କରିଛି ।

Leave a Reply

   Related Posts