୩୧ ଅକ୍ଟୋବର, ବୁଧବାର

Published By : Prameya-News7 Bureau | October 31, 2018 IST

ମେଷ – ଆପଣଙ୍କ ଶ୍ରମ ସାର୍ଥକ ହେବ । ମନ ପ୍ରସନ୍ନ ରହିବ । ଧର୍ମ-ଧାରଣାରେ ମନୋନିବେଶ କରିବେ । ଜଣେ ସ୍ନେହୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ବୃଷ – ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଦାୟକ ହୋଇପାରେ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି । ମିଥୁନ - ବିପଦ ଦୂରେଇ ଯିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । କର୍କଟ- କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବେ । ବ୍ୟୟଭାର ବଢି ଯାଇପାରେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ମନ ଭୁଲା କଥାରେ ଜନସାଧାରଣଙ୍କ ସମର୍ଥନ ପାଇବେ । ସିଂହ – ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ସୁଖ,ସନ୍ତୋଷ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହୋଇପାରନ୍ତି । କନ୍ୟା – ଗୃହ କାର୍ଯ୍ୟ ଆନନ୍ଦଦାୟକ ହେବ । ସାଧନାରେ ସିଦ୍ଧି ଲାଭ କରିବେ । ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ତୁଳା – ସେବା-ପୂଜାରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବିଛା – ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବେ । ଧନୁ – ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ସହକ ଓ ସରଳ ହୋଇପାରେ । ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମକର – ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳବାନ ହୋଇପାରନ୍ତି । କୁମ୍ଭ - ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ କିଛି ଅର୍ଥ ହସ୍ତଗତ ହେବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବା ଆଶା କରାଯାଏ । ଧାର୍ମିକ ଓ ତେଜସ୍ୱୀ ହେବେ । ମୀନ - ଜଟିଳ ସମସ୍ୟା ସମାଧାନ କରିବାରେ ସିଦ୍ଧ ହସ୍ତ ହେବେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବା ଆଶା କରାଯାଏ । କୃଷିକର୍ମକାରୀ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.