୩ ଅକ୍ଟୋବର, ବୁଧବାର

Published By : Prameya-News7 Bureau | October 03, 2018 IST

ମେଷ – କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ସଦ୍ ଭାବନାର ସହ ପଡୋଶୀଙ୍କୁ ଆପଣାର କରିବେ । ମନ ଶାନ୍ତି ରହିବ । ବୃଷ – ଯୋଗାଯୋଗରେ ସଫଳତା ମିଳିବ । ଆଳସ୍ୟ ପରାୟଣ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ମିଥୁନ - ଆୟବୃଦ୍ଧିର ସୂଚନା ମିଳୁଛି । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । କାର୍ଯ୍ୟରେ ସଫଳତା ମିଳିବ । କର୍କଟ- ଅନ୍ୟ ପାଇଁ କାର୍ଯ୍ୟ କରି ଅପଦସ୍ତ ହୋଇପାରନ୍ତି । ବ୍ୟୟ ଅତ୍ୟଧିକ ହୋଇପାରେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି । ସିଂହ – ମନସ୍କାମନା ପୂର୍ଣ୍ଣ ହେବ । ରୋଜଗାର ଆଶାନୁରୂପ ହେବ । ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କନ୍ୟା – କାର୍ଯ୍ୟରେ ପ୍ରଗତି ଘଟିବ । କର୍ତ୍ତବ୍ୟ ପାଳନରେ ବ୍ରତୀ ହୋଇପାରନ୍ତି । ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଉତ୍ତମ ଗୃହରେ ବସତି ସ୍ଥାପନ କରିବେ । ତୁଳା – ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଗୃହରେ ଆନନ୍ଦ ଉତ୍ସବ ଲାଗି ରହିବ । ସମୃଦ୍ଧିର ମୂଳଦୁଆ ପକାଇ ପାରନ୍ତି । ବିଛା – ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ । ସାମାନ୍ୟ ମାତ୍ରାରେ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ସହିତ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଦିନଟି କ୍ଳେଶକର ହୋଇପାରେ । ଧନୁ – କାର୍ଯ୍ୟରେ ସଫଳତା ଲାଭ କରିବେ, ମାତ୍ର ସାମାନ୍ୟ କଷ୍ଟ ଅନୁଭବ କରିବେ । ବନ୍ଧୁମିଳନ ଘଟିବାର ସମ୍ଭାବନା ଅଛି । ସାଧନାରେ ସିଦ୍ଧି ପ୍ରାପ୍ତ ହେବ । ମକର – ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । ଶତ୍ରୁ ବୃଦ୍ଧୀ ହେଉଥିବାରୁ ତାର ବିନାଶ ପାଇଁ ଚିନ୍ତା କରିବେ । ଆଶାବାଦୀ ହେବେ । କୁମ୍ଭ - ମାନ-ସମ୍ମାନ ବୃଦ୍ଧି ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । ଦାୟିତ୍ୱ ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ମୀନ - ଧର୍ମ-ଧାରଣାରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । ଗୁରୁକୃପାରୁ ଅସାଧ୍ୟ ସାଧନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.