ଜାନୁଆରୀ ୩୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
31/01/2023 at 7:17 AM

ମେଷ:~ ଘର କାମରେ ନିଜକୁ ନିୟୋଜିତ କରିବେ। ଘରେ ଅନ୍ୟମାନଙ୍କ କଥାରେ ପରିଚାଳିତ ହୋଇ ପାରନ୍ତି। ପରିସ୍ଥିତି ଅନୁକୂଳ ରହିବି। ଧନ ପ୍ରାପ୍ତି ର ଯୋଗ ରହିଛି ।
ବୃଷ:~ ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ। ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନଟି ଭଲ ରହିଛି। ଆକସ୍ମିକ ଖୁସି ଖବର ମିଳିବ। ସୁଖ ସମ୍ମାନ ବୃଦ୍ଧି ପାଇବ।
ମିଥୁନ:~ ଅଯଥା ବ୍ୟୟ ଯୋଗ ରହିଛି। ଅନୁକୂଳ ପରିସ୍ଥିତିରେ ଯାତ୍ରାରମ୍ଭ କରନ୍ତୁ। ଅଯଥା ଯୁକ୍ତି କରନ୍ତୁ ନାହିଁ। ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ।
କର୍କଟ:~ ଚାକିରି କ୍ଷେତ୍ରରେ ଉନ୍ନତି ହେବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ସମ୍ଭାବନା ରହିଛି। କିଛି ନୂଆ କରିବାକୁ ପ୍ରେରଣା ମିଳିବ।
ସିଂହ:~ ନିଜକୁ ସବୁବେଳେ ବ୍ୟସ୍ତ ରଖିବେ। ବ୍ୟବସାୟ ଭଲ ହେବ। ଛାତ୍ର ଛାତ୍ରୀ ମାନେ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ।
କନ୍ୟା:~ ଭଗବତ ସେବା ରେ ନିଜକୁ ନିୟୋଜିତ କରିବେ। କର୍ମ କ୍ଷେତ୍ର ରେ ଲାଭ ମିଳିବ। ନୂଆ ଚାକିରିର ଯୋଗ ମଧ୍ୟ ରହିଛି। ନୂତନ ସ୍ଥାନ ପ୍ରାପ୍ତି କରି ପାରନ୍ତି।
ତୁଳା:~ ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ବହୁ ପରିଶ୍ରମ ରେ ଅଳ୍ପ ଲାଭ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଯିବ। ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ। ବିଦ୍ୟାର୍ଥୀମାନେ ଅଳସୁଆ ହେବେ।
ବିଛା:~ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେବ। ଶୁଭ କାଳ ଦେଖି ଯାତ୍ରା କରନ୍ତୁ। ଧନ ଆଗମନର ସମ୍ଭାବନା ରହିଛି। ପରିବାରରେ ସୁଖ ହାନି ଘଟି ପାରେ।
ଧନୁ:~ ଧନ ପ୍ରାପ୍ତି ଯୋଗ ରହିଛି। ବଡ଼ ସଫଳତା ମିଳି ପାରେ। ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ଶତ୍ରୁଙ୍କୁ ଭୟ କରିବେ। ଅଧିକ ପରିଶ୍ରମରେ ଦିନଟି କାଟିବ।
ମକର:~ କ୍ୟାରିୟର ରେ ବହୁତ୍ ସଫଳତା ମିଳିବ। ଲାଗି ରହିଥିବା ସମସ୍ୟାର ଦୂର ହେବ। ଛନ୍ଦ କପଟ ର ଶିକାର ହୋଇ ପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
କୁମ୍ଭ:~ ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। କୌଣସି ଅଜଣା ଲୋକଙ୍କ ସହ କଳହ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଜମିଜମା କୁ ନେଇ କିଛି ଅସୁବିଧା ଦେଖା ଦେଇ ପାରେ।
ମୀନ:~ ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ରହିଛି। ନିଜ ର ସଫଳତା ଯୋଗୁଁ ସମ୍ମାନ ମିଳିବ। ବ୍ୟବସାୟୀ ଙ୍କ ପାଇଁ ଦିନଟି ଉତ୍ତମ ଫଳ ଦେବେ।
ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର