ନଭେମ୍ବର ୧୮ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 18, 2022 IST

ମେଷ– ଅଧିକାଂଶ ସମୟ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।ବ୍ୟବସାୟ, ପରିବହନରେ ମାନ ମନାନ୍ତର ଦେଖା ଦେଇପାରେ ।କୌଣସି ଘଟଣାକୁ ନେଇ ଆଜି ଆପଣଙ୍କ ମନ ଅଶାନ୍ତ ରହିପାରେ । ଅଫିସ୍‌ରେ ସାଧାରଣ କଥାକୁ କେନ୍ଦ୍ର କରି ଅଧସ୍ତନ କର୍ମଚାରୀ ସମସ୍ୟାକୁ ବୃଦ୍ଧି କରିପାରନ୍ତି।ଭୋଗବିଳାସ, ସାମାଜିକ ସମ୍ମାନ ଓ ବନ୍ଧୁସମ୍ପର୍କକୁ ପ୍ରାଧାନ୍ୟ ଦେଇ କାମ କରିବେ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୯ ।

 ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

 ରୋଗୀ- ଅସାଧ୍ୟ  ରୋଗରୁ ମୁକ୍ତ ହେବେ ।

 ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ-ସଫଳତା ହାତ ଛଡା ହୋଇଯିବ ।

 ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

ବୃଷ– ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ଚିନ୍ତା ବୃଦ୍ଧି କରିବ । ପାରିବାରିକସ୍ତରରେ ମାନସିକ ଦ୍ୱନ୍ଦ୍ୱ ଠିକ୍ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ ।ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ, ଯଦ୍ଦାରା ଜାଣିଶୁଣି ସବୁକଥାରେ ନିରବ ରହିବାକୁ ପଡିବ । ଅତୀତ ଘଟଣାମନକୁ ବାରମ୍ବାର ଆଲୋଡିତ କରିବ । ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୫ ।

 ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

 ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।

 ଛାତ୍ରଛାତ୍ରୀ-  ବିଦ୍ୟା ଆରୋହଣ କରିବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ -ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତହେବେ । ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ହେତୁ ସମସ୍ୟା ବଢିପାରେ ।କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଆଗାମି ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଆଲୋଚନା ତଥା ମାଲି ମକଦ୍ଦମାରେ ସଫଳତା ପାଇବେ ।ଶୁଭ ରଙ୍ଗ ନୀଳ ।ଶୁଭ ଅଙ୍କ ୭ ।

 ଗୃହିଣୀ- ମାନସିକ ଶାନ୍ତି ପାଇବେ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 କର୍ମଜୀବି- କରତ୍‌କର୍ମା ହେବେ ।

 ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

 ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।

 ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।

କର୍କଟ– ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ। ସାମ୍ବାଦିକତା କ୍ଷେତ୍ରରୁ ସମ୍ମାନିତ ହେବାରସୌଭାଗ୍ୟ ଅର୍ଜନ କରିବେ ।ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ ।କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବା କାରଣରୁ କ’ଣ କିଛି ଠିକ୍‌ କରି ପାରିବେ ନାହିଁ।ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି ।ସନ୍ତାନମାନଙ୍କ ଶୁଭ ଖବର ପାଇ ଖୁସି ହେବେ ।ଶୁଭ ରଙ୍ଗ ଲାଲ୍ ।ଶୁଭ ଅଙ୍କ ୧ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ସଫଳତା ହାତ ଛଡା ହୋଇଯିବ ।

 ଗୃହିଣୀ- ସୁଖ ଅନୁଭବ କରିବେ ।

ସିଂହ – ଭୁଲ୍‌ ବୁଝାମଣାରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ହୋଇପାରେ ।ଲକ୍ଷ୍ମୀ ଯୋଗ ପ୍ରଭାବରୁ ଅର୍ଥ ଓ ସମ୍ମାନ ପାଇବେ । ମନ ଭଲ ନ ଥିବା କାରଣରୁ ସାଧାରଣ କଥାରେ ମଧ୍ୟ ଟେନସନ୍‌ ବଢିଯିବ । ଅଧୈର୍ଯ୍ୟ ନ ହୋଇ ସ୍ଥିର ଭାବରେ କାମକଲେ ପରିସ୍ଥିତି ମୁକାବିଲାରେ ସମର୍ଥ ହେବେ ।ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟ ସ୍ଥଳକୁ ଯିବାରେ ଅସୁବିଧା ହେବ ନାହିଁ ।ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇ ପାରେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

 ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

 ବ୍ୟବସାୟୀ- ଲୋକପ୍ରିୟତାମିଳିବ ।

 କର୍ମଜୀବି- କର୍ମଚଞ୍ଚଳରହିବେ ।

 ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।

 ରୋଗୀ- ସତର୍କତାର ଦିନ ।

 ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।

କନ୍ୟା– ପରୋକ୍ଷଶତ୍ରୁତା କାରଣରୁ କାମ ହାସଲରେ ପ୍ରତିବନ୍ଧକ ଦେଖା ଦେଇପାରେ।ପଡୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ।ଆଜିବନ୍ଧୁମାନଙ୍କ ସହାୟତା ଲାଭ କରି ସମସ୍ୟା ଗୁଡିକ ଆପଣାଛାଏଁ ସୁଧୁରି ଯିବ ।ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହେବାର ଆଶଙ୍କା ଦେଖା ଦେବ ।ବନ୍ଧୁଙ୍କ ଆଶ୍ରୟ ନେଇପାରନ୍ତି, ଯାହାକି ଆପଣଙ୍କ କାମରେ ଆସିବ ।ଶୁଭ ରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୩ ।

 ଗୃହିଣୀ- ସୁଖୀ ହେବେ ।

 ବ୍ୟବସାୟୀ-  ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।

 କର୍ମଜୀବି-  ସମ୍ମାନ ପାଇବେ ।

 ଛାତ୍ରଛାତ୍ରୀ-  ଚିନ୍ତାଧାରା ଉନ୍ନତ ହେବ ।

 ରୋଗୀ-ସତର୍କତାର ଦିନ ।

 ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।

ତୁଳା– ପଡୋଶୀ କେହି ପ୍ରତିବାଦର ସ୍ୱର ଉଠାଇ ମନରେ ଅସ୍ଥିରତା ସୃଷ୍ଟି କରି ପାରନ୍ତି।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପାରିବାରିକ ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ । ଦିନଟିରେ ଛୋଟ ଛୋଟ ଘଟଣା ପ୍ରତିଗୁରୁତ୍ୱ ଦିଅନ୍ତୁ ନାହିଁ, କାରଣ ଏହି ଦିଗ ପ୍ରତି ଧ୍ୟାନ ଦେଲେ ନିଜ ଲୋକଙ୍କୁ ସନ୍ଦେହ କରିବାର ପରିସ୍ଥିତି ସୃଷ୍ଟି ହେବ । ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୬ ।

 ଗୃହିଣୀ- ମାନସିକ ଶାନ୍ତି ପାଇବେ ।

 ବ୍ୟବସାୟୀ- ଧୈର୍ଯ୍ୟହରା ହୋଇ ପାରନ୍ତି ।

 କର୍ମଜୀବି- ସହଯୋଗ ମିଳିବ ।

 ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

 ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।

 ଚାଷୀ- ଉତ୍ତମ ଫଳ ପାଇବେ ।

ବିଛା–କୌଶଳ ପ୍ରୟୋଗ କରି ନିଜ ଲୋକମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ଆଜିର ଯାତ୍ରା, ବାଣିଜ୍ୟ ବହୁତ ଭଲ ରହିବ ।କିନ୍ତୁ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ବିବାଦ ବଢାଇଲେ ନିଜକୁ ଅପଦସ୍ଥ ହେବାକୁ ପଡିପାରେ । ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ । ପାରିବାରିକ ପ୍ରତିରୋଧ ଓ ଖର୍ଚ୍ଚାନ୍ତକୁ ରୋକି ପାରିବେ ନାହିଁ ।ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍‌ ସମୀକ୍ଷା କରିବାରେ ପଛେଇ ଯାଇ ପାରନ୍ତି ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୩ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ୟୋଗା କରନ୍ତୁ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି-ଅର୍ଥ ହାନୀହେବ ।

 ବ୍ୟବସାୟୀ- ସଫଳତା ମିଳିବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ଧନୁ – ଆକସ୍ମିକ ଭାବେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଦୂର ଯାତ୍ରା କରିବାକୁ ପଡିପାରେ । ଅର୍ଥ ସାହାର୍ଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପର କ୍ଷଣରେ ଓଲଟା କଥା କହିପାରନ୍ତି। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ଘର କାମସାଙ୍ଗକୁ ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଦେବେ।ବ୍ୟବସାୟରେ ବ୍ୟସ୍ତ ରହି ଲାଭବାନ୍‌ହେବେ । ଅନ୍ୟର କାନକୁହା କଥାକୁ ସତମଣି ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁଭୁଲ୍‌ବୁଝିବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୨ ।

 ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

 ରୋଗୀ- ଅସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ସଫଳତା ହାତ ଛଡା ହୋଇଯିବ ।

 ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।

ମକର– ଶତ ଭିକ୍ଷା ନକ୍ଷତ୍ର ପରିବାର ଭିତରେ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ ।ଭୁଲ୍‌ବୁଝାମଣା କାରଣରୁ ସମ୍ପର୍କ କ୍ଷୁର୍ଣ୍ଣ ହେବା କାରଣରୁ ଆତ୍ମୀୟଙ୍କ ପାଇଁ ଚିନ୍ତା ବଢିପାରେ ।କର୍ମକ୍ଷେତ୍ରରେ ଫାଇଲ୍‌କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ବ୍ୟସ୍ତ ରହିପାରନ୍ତି ।ଜଞ୍ଜାଳ ବଢିବା କାରଣରୁ ପରିବାର ପ୍ରତି ବିମୁଖ ହୋଇପାରନ୍ତି । ନିର୍ଭର କରିବା ଦ୍ୱାରା ପୂର୍ଣ୍ଣମାତ୍ରାରେ କାମ ମଧ୍ୟ ହାସଲ ହୋଇ ନ ପାରେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

 ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଚାଷୀ- କ୍ଳାନ୍ତି ଅନୁଭବକରିବେ ।

କୁମ୍ଭ  – ଦୀର୍ଘପଥ ଭ୍ରମଣ ହେତୁ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ ।କର୍ମ ସ୍ଥାନରେ ବୁଧାଦିତ୍ୟ ଯୋଗ ପ୍ରଭାବରୁ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ ।ସମସ୍ୟାର ସମାଧାନ, ନୈରାଶ୍ୟଜନକ ସ୍ଥିତିରେ ଆଶାର ସଞ୍ଚାର, ଅର୍ଥ ଲାଭ ଓ କାମ ହାସଲରେ ଅନୁକୂଳତା ପରିଲକ୍ଷିତ ହେବ। ଅନ୍ୟମାନେ ପଛରେ ସମାଲୋଚନାତ୍ମକ ମନ୍ତବ୍ୟ ଦେଇପାରନ୍ତି ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୫।

 ଗୃହିଣୀ- ମାନସିକ ଶାନ୍ତି ପାଇବେ ।

 ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

 କର୍ମଜୀବି- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।

 ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।

 ରୋଗୀ- ଅଳସୁଆ ଲାଗି ପାରେ ।

 ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମୀନ – ପିଲାଙ୍କ ବିଶୃଙ୍ଖଳିତ ଆଚରଣର କ୍ଷୁବଧ୍‌ ହେବେ, କିନ୍ତୁ କିଛି ଲାଭ ହେବନି । ଅବସର ସମୟରେ ପିଲାଙ୍କ ସହ ଖୁସିଗପ କରିବା ମଉକା ଜୁଟିବ ।ଯାହା ଭାବୁଛନ୍ତି ତାହା କରି ଚାଳନ୍ତୁ, ମାତ୍ର ଆଜି କେବଳ କଳା, ଟେରା, ଟାଙ୍ଗରା ଓ ଦାନ୍ତୁରା ବ୍ୟକ୍ତିଙ୍କ ପ୍ରତି ସତର୍କତା ଅନଲମ୍ବନ କରିବା ଭଲ ହେବ।ଭାବୁ ଥିବା କାମଟିକୁ ଶେଷ କରି ପାରିବା କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିବ ।ଶୁଭ ରଙ୍ଗ ପିଚ୍ ।ଶୁଭ ଅଙ୍କ ୮ ।

 ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

 ରୋଗୀ- ଅସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ଅର୍ଥ ଲାଭ ହେବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.