ଅଗଷ୍ଟ ୦୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 02, 2022 IST

ମେଷ–ଆଲୋଚନା ପରିସରରେ ରୁକ୍ଷ ବ୍ୟବହାର ପ୍ରଦର୍ଶନ ଦ୍ୱାରା ବନ୍ଧୁଙ୍କ ମନରେ ଆଘାତ ଆସିପାରେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବୃଷ – ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ ତଥାପି କାମ ଅଟକି ରହିବ ନାହିଁ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିିଳିବ । ଚଞ୍ଚଳ ମନା ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ପ୍ରଚୁର ଧନଲାଭ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

ମିଥୁନ – ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିବ । ଚୌର ଭୟ ଥିବାରୁ ସତର୍କତା ଏକାନ୍ତ ଜରୁରୀ । ଉଦାର ସ୍ୱଭାବର ହେବେ । କୃଷୀକର୍ମକାରୀ ଓ ଦାନଶୀଳ ହୋଇପାରନ୍ତି । ବୁଦ୍ଧିମାନ୍ ଓ ବ୍ୟକ୍ତିତ୍ୱ ବିକଶିତ ହେବ ।ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।

କର୍କଟ – କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ । ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ସାହସୀ ଓ ଆସ୍ତିକ ହେବେ । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ସାନଭାଇଙ୍କ ଠାରୁ ଭକ୍ତି ମିଳିବ ।ଶୁଭ ରଙ୍ଗକଫି । ଶୁଭ ଅଙ୍କ ୩ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-ପ୍ରମୋସନ୍ ମିଳିବ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ – ଯେତେଟା ପରିସ୍ଥିତି କୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ମିତ୍ର ସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ସ୍ୱାଭିମାନୀ ହେବେ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।

କନ୍ୟା – ଚଳିତ ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିଲୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ-ଧାର୍ମିକ ହେବେ ।

ତୁଳା – ବିଭିନ୍ନ କାରଣରୁ ନେଇ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହେବ । ଚଞ୍ଚଳମନା ହେବେ । ମାତ୍ର ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଅଧିକାଂଶ ସମୟ ଏକାନ୍ତରେ ରହିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ସାହସୀ ଓ ଜ୍ଞାନୀ ହେବେ । ଶୁଭ ରଙ୍ଗ ଲାଲ୍ ।ଶୁଭ ଅଙ୍କ ୮ ।
ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – ଗୃହକୁ କିଛି ମୂଲ୍ୟବନ୍ କିମ୍ବା ସୌଖୀନ ପଦାର୍ଥ ଆଣି ପାରନ୍ତି ।ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ମନ ଚଳ-ଚଞ୍ଚଳ ରହିବ । ସରକାରୀ ଅଥବା କାର୍ଯ୍ୟ କରୁଥିବା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଗ୍ରିନ୍ । ଶୁଭ ଅଙ୍କ୪ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପରକୁ ଆପଣାର କରିବେ ।

ଧନୁ – ଆଜି ପ୍ରତ୍ୟେକ କାମ ଖର୍ଚ୍ଚାନ୍ତ ହୋଇ କରିବାକୁ ପଡିବ ।କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ଓ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମକର – ରଜନୀତି ତଥା ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।ଧର୍ମାତ୍ମା ଓ ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ପ୍ରବାସପ୍ରିୟ ହୋଇପାରନ୍ତି । ବିଦ୍ୱାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ପରକୁ ଆପଣାର କରିବେ ।

କୁମ୍ଭ – ଆନୁଷ୍ଠାନିକ କାମରେ ଲିପ୍ତ ରହବା ହେତୁ ଟେନସନ୍ କିଛି ମାତ୍ରାରେ ଲାଗି ରହିବ ।ନିଜେ କରିଥିବା କାର୍ଯ୍ୟର ସମୀକ୍ଷା କରିପାରନ୍ତି । ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ । ସ୍ୱାଭିମାନୀ , ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ମୀନ – ବିବାଦୀୟ ଘଟଣାର ଦିଗ ସାମୟିକ ବଦଳି ଯାଇପାରେ । ସନ୍ତାନ ହେତୁକ ଚିନ୍ତା ଦୁର ହେବ ।ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା ମନୋଭାବାପନ୍ନ ହୋଇପାରନ୍ତି । ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ-ସଫଳତା ମିଳିବ ।
ଗୃହିଣୀ-ସୁଖୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.