suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଇପିଏଲରେ ଏଲିମିନେଟର ଲଢ଼େଇ; ସଂଧ୍ୟାରେ ଲକ୍ଷ୍ନୌ-ମୁମ୍ବାଇ ମଧ୍ୟରେ ଟକ୍କର

24/05/2023 at 11:17 AM

ଚେନ୍ନାଇ,୨୪।୫: ଚଳିତ ଆଇପିଏଲରେ ବୁଧବାର ଏଲିମିନେଟର ମୁକାବିଲା । ଆଜି ସଂଧ୍ୟାରେ ଲକ୍ଷ୍ମୌ ସୁପର ଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ ମଧ୍ୟରେ ହେବ ଟକ୍କର । ଚେନ୍ନାଇରେ ଏହି ମ୍ୟାଚ ଖେଳାଯାଉଥିବାରୁ ଉଭୟ ଦଳ ଚେପକରେ ପହଞ୍ଚି ଅଭ୍ୟାସ କରିଛନ୍ତି । ଏଲିମିନେଟର ବିଜୟୀ ଟିମ୍ ଗୁଜରାଟ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ।

ଚଳିତ ଆଇପିଏଲରେ ଲକ୍ଷ୍ନୌର ସୁପର ଜାଏଣ୍ଟସର ପଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସମସ୍ତ ମ୍ୟାଚ୍ ଏଲଏସଜି ଜିତିଛି । ଏହି ମ୍ୟାଚ ଏକ ନିରପେକ୍ଷ ଗ୍ରାଉଣ୍ଡ୍‌ରେ ଖେଳାଯାଉଥିବାରୁ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତେବେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଗତ ୧୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସୁପର ଜାଏଣ୍ଟସ ମାତ୍ର ୫ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମାର୍କସ ଷ୍ଟଇନିସ୍‌ ଅପରାଜିତ ୮୯ ରନ୍‌ର ଏକ ଚିତ୍ତାକର୍ଷକ ଇନିଂସ ଖେଳିଥିଲେ । ଏଥର ତାଙ୍କୁ ଅଟକାଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିଛି ।

ସୁପର ଜାଏଣ୍ଟ୍‌ସକୁ ହରାଇବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ବିଭାଗକୁ ସୁଧାରିବାକୁ ପଡ଼ିବ । ଯଶପ୍ରୀତ ବୁମରା, ଜୋଫ୍ରା ଆର୍ଚର, ଝେୟ ରିଚାର୍ଡସନଙ୍କ ଅନୁପସ୍ଥିତିରେ ଅନଭିଜ୍ଞ ବୋଲିଂ ବିଭାଗ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଖେଳୁଛି । କେବଳ ରଣନୀତି ଅନୁଯାୟୀ ବୋଲିଂ କରିପାରିଲେ ବିଜୟ ମିଳିବା ନିଶ୍ଚିତ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଚିନ୍ତାର କାରଣ ହେବେ ସୁପର ଜାଏଣ୍ଟ୍‌ସର ଦୁଇ ସ୍ପିନର ରବି ବିଷ୍ଣୋଇ ଓ ଅମିତ ମିଶ୍ରା । ଉଭୟ ସ୍ପିନର ରୋହିତ ଓ ସୂର୍ଯ୍ୟକୁମାରଙ୍କ ବିପକ୍ଷରେ ସଫଳ ହୋଇଛନ୍ତି । ବିଷ୍ଣୋଇ ଇତି ମଧ୍ୟରେ ରୋହିତଙ୍କୁ ୨ଥର ଓ ସୂର୍ଯ୍ୟକୁମାରଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି ।

ଅନ୍ୟପଟେ ଚେପକ୍ ଷ୍ଟାଡିୟମ୍‌ର ପିଚ୍‌ ବ୍ୟାଟିଂ ଓ ସ୍ପିନ ବୋଲିଂ ପାଇଁ ବେଶ୍‌ ଅନୁକୂଳ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଉଭୟ ଦଳର ସ୍ପିନରଙ୍କ ଉପରେ ନଜର ରହିବ । ମୁମ୍ବାଇ ନିକଟରେ ଏକମାତ୍ର ଅଭିଜ୍ଞ ସ୍ପିନର ଭାବେ ପିୟୂଷ ଚାୱଲା ରହିଛନ୍ତି । ତେବେ ଆଜିର ମ୍ୟାଚରେ କଡ଼ା ଟକ୍କର ହେବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।

   Related Posts