ଥାନାରେ ଜେଲ୍ ଫେରନ୍ତାଙ୍କ ପରେଡ, ଅପରାଧୀଙ୍କ ଉପରେ ନଜର ରଖିବାକୁ କମିଶନରେଟ ପୋଲିସର ପ୍ରୟାସ

Published By : Prameya-News7 Bureau | July 24, 2022 IST

କଟକ ୨୪।୦୭ : ଜେଲ ଫେରନ୍ତା ଦାଗୀ ଅପରାଧୀଙ୍କୁ କଟକ ସହରର ସମସ୍ତ ଥାନାରେ କରାଯାଇଛି ପରେଡ। ଜେଲରୁ ଫେରିଥିବା ଅଭିଯୁକ୍ତଙ୍କ ଡାଟା ବେସ ପ୍ରସ୍ତୁତ କରିବା ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅପରାଧ କରି ଜେଲରୁ ଫେରୁଥିବା ଅପରାଧୀଙ୍କୁ ମୂଖ୍ୟସ୍ରୋତରେ ସାମିଲ କରିବା ସହ ସୁସ୍ଥ ସମାଜରେ ରଖିବା ପାଇଁ କମିଶନରେଟ ପୋଲିସ ପ୍ରୟାସ ଯାରି ରଖିବ ବୋଲି କହିଛନ୍ତି ଏସିପି।

ତେବେ ଜେଲରେ କରାଯାଇଥାଏ ଅପରାଧୀଙ୍କ ପରେଡ। ସେହି ଢାଞ୍ଚାରେ ଜେଲ ଫେରନ୍ତା ଦାଗୀ ଅପରାଧୀଙ୍କର କଟକର ଥାନାୱାରୀ କରାଯାଇଛି ପରେଡ। ବିଭିନ୍ନ ଥାନା ଅଧିନର ଅପରାଧୀଙ୍କୁ ଡକାଯାଇ ଥାନା ଅଧିକାରୀଙ୍କ ସହ ଅନ୍ୟ ଅଫିସରଙ୍କ ଉପସ୍ଥିତିରେ ପରେଡ କରାଯାଇଛି। ଜେଲରୁ ଫେରିଥିବା ଅଭିଯୁକ୍ତମାନଙ୍କର ତଥ୍ୟ ସଂଗ୍ରହ କରିବା ଏକ ଡାଟା ବେସ ପ୍ରସ୍ତୁତ କରାଯାଇଛି। ଜେଲ ଫେରନ୍ତା ଅଭିଯୁକ୍ତ ମାନେ ଏବେ କଣ କରୁଛନ୍ତି। କେଉଁ ଠାରେ ରହୁଛନ୍ତି। କିଭଳି ଚଳୁଛନ୍ତି ସବୁ କିଛି କୁ ନେଇ ତଥ୍ୟ ସଂଗ୍ରହ କରିଛନ୍ତି ଥାନା ଅଧିକାରୀ । ଅଭିଯୁକ୍ତମାନେ କିଭଳି ଅପରାଧ ଛାଡି ଶୃଙ୍ଖଳିତ ଭାବେ ମୁଖ୍ୟସ୍ରୋତରେ ସାମିଲ ହେବେ ଏହା କମିଶନରେଟ ପୋଲିସ ର ଊଦ୍ଦେଶ୍ୟ ବୋଲି କହିଛନ୍ତି ଏସିପି।

wp:html /wp:html

ତେବେ ମଧୁପାଟଣା ଥାନା ,ବାଦାମବାଡି ଥାନା ସହ ସହରର ସମସ୍ତ ଥାନାରେ ଏଭଳି ପରେଡ କରାଯାଇଛି। ବିଶେଷ କରି ଜେଲ ଫେରନ୍ତାଙ୍କ ଗତିବିଧି ଉପରେ ନଜର ରଖିବା ସହ ତାଙ୍କର ସୁବିଧା ଅସୁବିଧା ବୁଝିବା ସହ ପୋଲିସ ଦ୍ବାରା ଯାହା ସାହାଯ୍ୟ ହୋଇପାରିବ ତାକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଏସିପି। ଏଥିସହ ଜେଲରୁ ଫେରିଥିବା ଅପରାଧୀଙ୍କୁ କୋର୍ଟ ବେଲ୍‌ ଦେବା ସମୟରେ ରଖିଥିବା ସର୍ତ୍ତ ମାନୁଛନ୍ତି କି ନାହିଁ ତାକୁ ମଧ୍ୟ ଯାଞ୍ଚ କରାଯାଇଛି। ସେହିପରି ଆଗକୁ ନିୟମିତ ବ୍ୟବଧାନରେ ଏଭଳି କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.