ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ସାତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରାଜ୍ୟରେ ଏବେ ବ୍ରେକ ମୌସୁମୀ ସ୍ଥିତି ଲାଗି ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର । ମଧ୍ୟାହ୍ନ ଅବା ସନ୍ଧ୍ୟା ସମୟରେରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହ ସହ ଝଟକା ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ମଧ୍ୟ ହୋଇପାରେ।
ସେହିପରି ମଧ୍ୟମ ଧରଣର ବର୍ଷା ନେଇ ୨୪ ଜିଲ୍ଲାରେ ସତର୍କତା ଜାରୀ କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତି ଆସନ୍ତା ଜୁନ ୨ ତାରିଖ ଯାଏଁ ହେବ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ରାଜ୍ୟରେ ଏବେ ମନସୁନ ବ୍ରେକ୍ ସ୍ଥିତି ଜାରି ରହିଛି । ବାୟୁମଣ୍ଡଳରେ ଯଥେଷ୍ଟ ଜଳୀୟ ବାଷ୍ପ ଥିବା ହେତୁ ଗରମ ଗୁଳୁଗୁଳି ସହ ବର୍ଷା ସ୍ଥିତି ମଧ୍ୟ ଉପୁଜିବ ।