ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ୩୦ କୋଟିର ମାରିଜୁଆନା, ୩ ଜଣ ଅଟକ

Published By : Prameya-News7 Bureau | July 29, 2025 IST

BREAKING NEWS

ଭୁବନେଶ୍ୱର ୨୯।୦୭ :  ଜବତ ହେଲା ୩୦ କୋଟିର ମାରିଜୁଆନା । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ମିଳିଲା ହାଇଡ୍ରୋଫୋନିକ ଉଇଡ ବା ମାରିଜୁଆନା । ଏୟାରପୋର୍ଟରେ ଜବତ କଲା କଷ୍ଟମ ବିଭାଗ । 

ଖବର ଅନୁଯାୟୀ, ବ୍ୟାଙ୍କରୁ ଭୁବନେଶ୍ୱର ଆସୁଥିଲେ ଜଣେ ଯାତ୍ରୀ । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ , ପରେ ସେ ଆଣିଥିବା ସାମଗ୍ରୀକୁ ଯାଞ୍ଚ ବି କରିଥିଲେ । ୩ଟି ବ୍ୟାଗ୍‌ ଜବତ ହୋଇଥିଲା । ଯେଉଁଥିରେ ବିପୁଳ ପରିମାଣରେ ମାରିଜୁଆନା ଥିବା କଷ୍ଟମ ବିଭାଗକୁ ମିଳିଥିଲା । ଯାହାର ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।ଏହାସହିତ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.