ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
3/12/2020 at 11:46 AM

ବରଗଡ ୩।୧୨: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୩ ଜଣଙ୍କ ଜୀବନ । ବରଯାତ୍ରୀ ଗାଡି ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଛନ୍ତି ୩ ଜଣ । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା କଟାପାଲି ଗ୍ରାମରୁ ଏକ ବରଯାତ୍ରୀ ଦଳ ଏକ ବୋଲେରୋ ଗାଡିରେ ଛତିଶଗଡ ରାୟଗଡ ଜିଲ୍ଲାକୁ ଯାଉଥିବା ବେଳେ କୁଣ୍ଡାତରାଇ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ଜଣ ବରାଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବରଗଡ ବିକାଶ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି ।