ରଥଯାତ୍ରା ପୂର୍ବରୁ ୩ ରଥର ଯାଞ୍ଚ, ସମ୍ପୂର୍ଣ୍ଣ  ଫିଟ୍ ଥିବା କହିଲା ବୈଷୟିକ ଯାଞ୍ଚ କମିଟି

Published By : Prameya-News7 Bureau | June 30, 2022 IST

ପୁରୀ ୩୦।୬: ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ । ସିଂହଦ୍ବାର ସମ୍ମୁଖରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି । ରଥଯାତ୍ରା ପୂର୍ବରୁ ରଥ ବୈଷୟିକ କମିଟି ଦ୍ବାର ୩ ରଥର ଯାଞ୍ଚ କରାଯାଇଛି । ୩ ରଥ ସମ୍ପୂର୍ଣ୍ଣ  ଫିଟ୍ ରହିଛି ବୋଲି ଯାଞ୍ଚ କମିଟି କହିଛି ।

ତେବେ ଆସନ୍ତା ୩ ତାରିଖରୁ ଶ୍ରୀମନ୍ଦିର ଗର୍ଭଗୃହ କାର୍ଯ୍ୟ କରାଯିବ । ଏହାସହ କଳାହାଟ ଦ୍ବାରର ରୂପା ଛାଉଣୀ କରାଯିବ । ଏ ନେଇ ବୈଷୟିକ କମିଟିର ସଦସ୍ୟ ଏନ୍‌.ସି. ପାଲ୍ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.