ତିନି ବାଇକ୍ ଲୁଟେରା ଗିରଫ; ୭ ଚୋରା ବାଇକ୍ ଜବତ
31/12/2022 at 8:17 PM

ଭଦ୍ରକ ୩୧/୧୨: ୭ ଟି ଚୋରା ବାଇକ ସହ ୩ ଜଣ ବାଇକ ଲୁଟେରା ଗିରଫ। ଖବର ଅନୁସାରେ ବିଗତ କିଛିଦିନ ହେଲା ଭଦ୍ରକର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି ହୋଇଥିଲା। ଏନେଇ ବିଭିନ୍ନ ଥାନାରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହାକୁ ଆଧାର କରି ଏହି ବାଇକ ଚୋରି ରାକେଟକୁ ଧରିବା ପାଇଁ ଭଦ୍ରକ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ସହ ତାଲାସୀ ଜାରି ରଖିଥିଲା।
ଶେଷରେ ଏହି ବାଇକ ଚୋରି ରାକେଟର ୩ ଜଣ ଅଭିଯୁକ୍ତଙ୍କୁ ଅର୍ଣ୍ଣପାଳ, ରାଜୁଆଳି ବିନ୍ଧାରୁ ଗିରଫ କରିବାରେ ଭଦ୍ରକ ଟାଉନ ଥାନା ପୋଲିସ ସକ୍ଷମ ହୋଇଛି। ସେମାନଙ୍କୁ ପଚରା ଉଚରା ପରେ ୭ଟି ଚୋରା ବାଇକକୁ ପୋଲିସ ଉଦ୍ଧାର କରିଛି। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ୩ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023