ମଶାରୀ ଭିତରେ ପଶି ଦେଢ଼ଶୁରକୁ କଟୁରୀରେ ହାଣିଥିଲା ଭାଇ ବୋହୂ, ଭାଇ-ପୁତୁରା ସମେତ ୩ ଗିରଫ

Published By : Prameya-News7 Bureau | June 20, 2025 IST

ଭୁବନେଶ୍ବର ୨୦।୬: ସମ୍ପତ୍ତି ପାଇଁ ସମ୍ପର୍କ ନେଲା ଜୀବନ । ସମ୍ପତି ଲୋଭରେ ନିଜ ଭାଇକୁ ମାରିବାକୁ ପଛାଇଲାନି ଭାଇ । ଭାଇ, ଭାଇ ବୋହୂ ଓ ପୁତୁରା ମିଶି ଘରର ଏକମାତ୍ର ମୁରବୀକୁ ମାରିଦେଲେ । ଭାଇକୁ ହତ୍ୟା କରିବା ଘଟଣାରେ ଭାଇ, ଭାଇ ବୋହୂ ଓ ପୁତୁରାକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ୍ ଓ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଗତ ମଙ୍ଗଳବାର ବକ୍ସିବଜାର ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା କଟକ ଡିସିପି କହିଛନ୍ତି । ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଅଶୋକ ବାରିକ କଟକ ବକ୍ସିବଜାର ସିଡିଏ ମାର୍କେଟ୍‌ରେ ଶୋଇଥିବା ବେଳେ । ଅଶୋକଙ୍କ ଦୁଇ ଭାଇ, ଭାଇ ବୋହୂ ଓ ପୁତୁରା ପହଞ୍ଚି ଛୁରୀରେ ପ୍ରଥମେ ବେକକୁ କାଟିବା ସହ କଟୁରୀରେ ହାଣି ହତ୍ୟା କରିଥିଲେ । ସମସ୍ତ ଅଭିଯୁକ୍ତ ଦୁଇଟି ବାଇକ୍‌ରେ ପହଞ୍ଚିବାରେ ଅଭିଯୁକ୍ତ ମାନେ ରୁମାଲରେ ମୁହଁକୁ ଘୋଡାଇବା ସହ ଭାଇବୋହୂ ସମ୍ପୂର୍ଣ୍ଣ ମୁହଁକୁ ଢାଙ୍କିକି ଯାଇ ମଶାରୀ ଭିତରେ ପଶି କଟୁରୀରେ ହାଣିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି । ହତ୍ୟାକାଣ୍ଡ ପାଇଁ ପୂର୍ବରୁ ସମସ୍ତେ ଯୋଜନା କରିଥିବା ବେଳେ ମଙ୍ଗଳବାର ରାତିରେ ଏହି କାଣ୍ଡ ଘଟାଇଥିଲେ । 

ମୃତ ଅଶୋକଙ୍କ ଏକ ସମ୍ପତ୍ତି କଟକ ଗୋପାଳପୁର ନିକଟରେ ରହିଥିଲା । ଯାହା କିଛି ବର୍ଷ ତଳେ ବିକ୍ରି ହୋଇଥିବା ବେଳେ ଅଶୋକଙ୍କ ଭାଗରେ ପଡ଼ିଥିବା ଟଙ୍କା ଓ ଶଙ୍କରପୁର ଅଞ୍ଚଳରେ ଥିବା କିଛି ସମ୍ପତି ମଧ୍ୟ ଅଶୋକଙ୍କ ନାମରେ ରହିଥିଲା । ଏହି ସମ୍ପତ୍ତିକୁ ଅନ୍ୟ ଭାଇ ମାନେ ମାଗୁଥିବାରୁ ବିବାଦ ଦେଖାଦେବାରୁ ଦଶ ବର୍ଷ ହେବ ଘର ଛାଡ଼ି ବକ୍ସିବଜାରରେ ରହୁଥିଲେ ଅଶୋକ । ସେହି ସମ୍ପତ୍ତି ପାଇଁ ଅଶୋକଙ୍କୁ ହତ୍ୟା କରାଯାଇଥିବା ଡିସିପି କହିଛନ୍ତି । ତେବେ ଘଟଣା ପରେ ସ୍ପେଶାଲ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ତଦନ୍ତ କରିବା ସହ ସ୍ପେଶାଲ ସ୍କ୍ୱାଡ୍ ଅଧିକାରୀ ଅରୁଣ ସ୍ବାଇଁଙ୍କ ନେତୃତ୍ୱରେ ଗଠିତ ଟିମ୍ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସାଇଣ୍ଟିଫିକ୍ ଦିଗରୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଡିସିପି କହିଛନ୍ତି । ହତ୍ୟାକାଣ୍ଡ ଘଟଣାର ସମସ୍ତ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିବା ବେଳେ ଯାହା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ବୋଲି ପୋଲିସ କହିଛି ।


You Can Read:

ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ସହ ସୁରକ୍ଷା ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.