ଅନନ୍ୟ ପରମ୍ପରା: ଏହି ଦେଶରେ ସକ୍ରିୟ ଆଗ୍ନେୟଗିରିକୁ ପୂଜା କରନ୍ତି ହିନ୍ଦୁ
7/06/2023 at 10:48 AM

ନୂଆଦିଲ୍ଳୀ ୦୭।୦୬: ଭାରତ ସର୍ବାଧିକ ହିନ୍ଦୁ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥାଇପାରେ। କିନ୍ତୁ ଇଣ୍ଡୋନେସିଆରେ ହିନ୍ଦୁ ଧାର୍ମିକ ପ୍ରତୀକ ଗୁଡ଼ିକ ସର୍ବାଧିକ ଭାବେ ବ୍ୟବହୃତ ହୁଏ।ଭଗବାନ ଗଣେଶଙ୍କ ଫଟୋ ମଧ୍ୟ ନୋଟରେ ଛପା ଯାଇଛି ।ହେଲେ ଇଣ୍ଡୋନେସିଆରେ ଏମିତି ଏକ ପର୍ବତ ଅଛି। ଯାହା ଭଗବାନ ବ୍ରହ୍ମାଙ୍କ ନାମରେ ନାମିତ । ଯାହାକୁ ଜାଭା ଭାଷାରେ ଏହାକୁ ବ୍ରୋମୋ କୁହାଯାଏ । ଏଠାରେ ଏକ ସକ୍ରିୟ ଆଗ୍ନେୟଗିରି ଅଛି । ପ୍ରତିବର୍ଷ ହଜାର ହଜାର ଲୋକ ଭଗବାନ ବ୍ରହ୍ମା ଏବଂ ଗଣେଶଙ୍କୁ ପୂଜା କରିବାକୁ ପହଞ୍ଚନ୍ତି। ସେଠାକାର ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ଭଗବାନ ବ୍ରହ୍ମା ସକ୍ରିୟ ଆଗ୍ନେୟଗିରିରେ ରୁହନ୍ତି।

ଇଣ୍ଡୋନେସିଆରେ ଏପର୍ଯ୍ୟନ୍ତ ୧୩୦ ସକ୍ରିୟ ଆଗ୍ନେୟଗିରି ଅଛି । ବ୍ରୋମୋ ପର୍ବତ ୭ ହଜାର ଫୁଟ ଉଚ୍ଚ ଅଟେ। ଲୋକମାନଙ୍କ ବିଶ୍ଵାସ ଓ ଆସ୍ଥା ଏଠାକୁ ଆସିବାକୁ ରୋକି ନଥାଏ । ହେଲେ କରୋନା ଅବଧି ସମୟରେ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଇନଥିଲା। କିନ୍ତୁ କେତେକ ପୂଜାରୀ ଉପାସନା କରିବାକୁ ଏଠାରେ ପହଞ୍ଚିଥିଲେ। ଆଗ୍ନେୟଗିରି ନିକଟରେ ଭଗବାନ ଗଣେଶଙ୍କର ଏକ ପ୍ରତିମୂର୍ତ୍ତି ଅଛି । ଲୋକମାନେ ଖୁବ୍ ଭକ୍ତି ଭାବରେ ପୂଜା ଅର୍ଚ୍ଚନା କରନ୍ତି । ଲୋକମାନେ ବିଶ୍ଵାସ କରନ୍ତି ଯେ ଭଗବାନ ଗଣେଶ ଏହି ଆଗ୍ନେୟଗିରିକୁ ବିପଦରୁ ରକ୍ଷା କରନ୍ତି।

ଅଳ୍ପ ଦୂରରେ ଭଗବାନ ବ୍ରହ୍ମାଙ୍କର ଏକ ଛୋଟ ମନ୍ଦିର ମଧ୍ୟ ଅଛି । ଏହା ପର୍ବତ ପର୍ଯ୍ୟଟନ ପାଇଁ ମଧ୍ୟ ଜଣାଶୁଣା । ଏହି ପର୍ବତର ଚାରିପାଖରେ ପ୍ରାୟ ୫୦ଟି ଗାଁ ଅଛି। ଯେଉଁଠାରେ ଏକ ବଡ ହିନ୍ଦୁ ଜନସଂଖ୍ୟା ବସବାସ କରନ୍ତି । ନିକଟସ୍ଥ ଗାଁର ନାମ ହେଉଛି କେମୋରୋ ଲାୱାଙ୍ଗ। ସେମାନେ ନିଜକୁ ମାଜପାହିତ ଶାସକଙ୍କ ବଂଶ ବୋଲି କୁହାଯାଏ। ପ୍ରତିବର୍ଷ ଏଠାରେ ଏକ ପର୍ବ ପାଳନ କରାଯାଏ। ଯାହାର ନାମ ‘ଯଦନିଆ କାସଡା’ ।

ଏହି ପରମ୍ପରା ୫୦୦ ବର୍ଷରୁ ଅଧିକ ପୁରୁଣା । ୨୦୧୬ ମସିହାରେ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା। ତେଣୁ ସରକାର ଲୋକଙ୍କୁ ଏଠାକୁ ଯିବାକୁ ଦେଇନଥିଲେ। ସେଠାକୁ କେବଳ ୧୫ ଜଣ ପୂଜାରୀଙ୍କୁ ପଠାଯାଇଥିଲା । କିନ୍ତୁ ସେମାନଙ୍କ ପଛେ ପଛେ ବହୁ ସଂଖ୍ୟକ ଲୋକ ପୂଜାପାଠ ପାଇଁ ସେଠାରେ ପହଞ୍ଚିଥିଲେ।

ଉତ୍ସବର ୧୪ ଦିନରେ ବହୁ ସଂଖ୍ୟକ ଲୋକ ଆଗ୍ନେୟଗିରି ନିକଟରେ ଯାଆନ୍ତି। ବହୁତ ବଡ ଭିଡ ମଧ୍ୟ ହୁଏ। ଲୋକମାନେ ବଳି ପାଇଁ ଖାଦ୍ୟ, ପାନୀୟ ଏବଂ ପଶୁ ମଧ୍ୟ ସାଙ୍ଗରେ ନେଇଥା’ନ୍ତି । ଲୋକମାନେ ଏହି ଜିନିଷକୁ ଏହି ଆଗ୍ନେୟଗିରିରେ ଉତ୍ସର୍ଗ କରନ୍ତି ଏବଂ ସମୃଦ୍ଧତା ପାଇଁ ଇଚ୍ଛା କାମନା କରନ୍ତି। ଏଠାରେ ହିନ୍ଦୁମାନେ ବ୍ରହ୍ମାଙ୍କ ସହ ଅନ୍ୟ ଦେବୀ ଏବଂ ଦେବତାମାନଙ୍କ ମଧ୍ୟ ପୂଜା କରନ୍ତି।