ବିହାର ସବ୍‌ଜିବାଗ୍‌ରେ ଚାଞ୍ଚଲ୍ୟ, ଗାଏବ୍ ହୋଇଗଲା ୨୯ ଫୁଟ୍ ମୋବାଇଲ୍ ଟାଓ୍ବାର, କମ୍ପାନୀ ପାଖରେ ନାହିଁ ସୂଚନା

Published By : Prameya-News7 Bureau | January 21, 2023 IST

ପାଟନା: ମୋବାଇ ଟାଓ୍ବାର ଆଶ୍ଚର୍ଯ୍ୟ ଜନକ ଭାବେ ଚୋରି । ୨୯ ଫୁଟର ମୋବାଇ ଟାଓ୍ବାରକୁ ଚତୁରତାର ସହ ଚୋରି କରି ନେଇଛନ୍ତି ଚୋର । ବିହାରର ସବଜିବାଗରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଚୋରଙ୍କ ଏକ ଗ୍ରୁପ୍ ଷ୍ଟିଲ୍ ଟାଓ୍ବାରକୁ ଓପାଡ଼ି ସହିତ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଡକାୟତି କରିଛନ୍ତି । ଏନେଇ ମୋବାଇଲ୍ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିଟକରେ କୌଣସି ସୂଚନା ନାହିଁ ।

ବିହାରର ସବଜିବାଗରେ ଅପରାଧିମାନେ ଏଭଳି କରାନାମା ଘଟାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ 5G ନେଟଓ୍ବାର୍କ ପାଇଁ କମ୍ପାନୀର ଏକ ଟେକ୍ନିକାଲ୍ ଟିମ୍ ସର୍ବେକ୍ଷଣ ପାଇଁ ଆସଥିବା ବେଳେ ୨୯ ଫୁଟ୍ ଟାଓ୍ବାର ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ସୋମବାର ଉପରିସ୍ଥ ଅଧିକାରୀଙ୍କୁ ଏବାବଦରେ ଅବଗତ କରାଇଥିଲେ । ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ କରି ଚୋରଙ୍କ ଧରିବାରେ ଉଦ୍ୟମ ଚଳାଇଛି ।

ବିହାର ମୋବାଇଲ୍ କି ଅନ୍ୟ ସାମଗ୍ରୀ ଚୋରି ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚୋରମାନେ ରେଳ ବିଭାଗର ଷ୍ଟକ୍ ୟାର୍ଡରୁ ଏକ ରେଳ ଇଞ୍ଜିନକୁ ଚୋରି କରି ନେଇଥିଲେ । ମାମଲା ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ମୁଜାଫରପୁରର ଏକ କବାଡ୍ ଗୋଦାମରୁ ଚଢାଉ କରି ରେଳ ଇଞ୍ଜିନର ପାର୍ଟ୍ସ ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତି ଥିବା 3ଜଣଙ୍କୁ ଗରିଫ କରି ପଚରାଉଚରା କରିବା ପରେ ଛାପାମାରି ଥିଲା ପୋଲିସ ।  

ଏହା ପୂର୍ବ ଚୋରଙ୍କ ଏକ ଗ୍ରୁପ୍ ଏକ ପରିତ୍ୟକ୍ତ ଷ୍ଟିଲ୍ ବ୍ରିଜକୁ ଗ୍ୟାସ କଟ୍ଟରରେ କାଟି ନେଇଥିଲେ । ସେହିପରି ରେଳ ବିଭାଗ ଷ୍ଟକ୍ ୟାର୍ଡରୁ ସୁଡ଼ଙ୍ଗ କରି ଲୋକୋମୋଟିଭ୍ ଇଞ୍ଜିନର କିଛି ସାମଗ୍ରୀ ଚୋରି କରିଥିଲେ । ଏହି ଖବର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.