ଆଉ ବିକ୍ରି ହେବନି ତୁରନ୍ତ ଆରାମ ଦେଉଥିବା ଏହି ୧୪ ଫିକ୍ସଡୋଜ କମ୍ବିନେସନ ମେଡିସିନ, ନିଷିଦ୍ଧ ଘୋଷଣା କଲେ ସରକାର

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ ୩।୬: କେନ୍ଦ୍ର ସରକାର ସମୟ ସମୟରେ ଦେଶରେ ବିକ୍ରି ହେଉଥିବା ଔଷଧର ସମୀକ୍ଷା କରିଥାନ୍ତି। ଏହି କ୍ରମରେ ସରକାର ୧୪ ଫିକ୍ସଡୋଜ କମ୍ବିନେସନ (ଏଫଡିସି) ମେଡିସିନର ବିକ୍ରି ଉପରେ କଟକଣା ଜାରି କରିଛନ୍ତି। ଏହି ସବୁ ଔଷଧ ଏବେ ଆଉ ବଜାରରେ ମିଳିବନି। ଏହି ସବୁ ଔଷଧରେ ଏପରି ବି କିଛି ଔଷଧ ଅଛି ଯାହାକୁ ଲୋକେ ବିନା ପ୍ରେସସ୍କ୍ରିପସନରେ ଔଷଧ ଦୋକାନରୁ କିଣି ନେଉଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଗେଜେଟ ନୋଟିଫିକେସନ ଜାରି କରି ଏହି ସୂଚନା ଦେଇଛନ୍ତି।

{"id":797658,"width":838,"height":628,"sizeSlug":"full","linkDestination":"none"}

କେନ୍ଦ୍ର ସରକାର ଏକ୍ସପର୍ଟ କମିଟିଙ୍କ ପରାମର୍ଶରେ ଏହି ସବୁ ଔଷଧ ଉପରେ ନିଷିଦ୍ଧା ଦେଶ ଜାରି କରିଛନ୍ତି। ଏହି ସବୁ ଔଷଧ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବାର ଆଶଙ୍କା ରହୁଥିଲା। ଏହି ୧୪ଟି ଔଷଧରୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଲାଭ ହେଉଥିବାର କୌଣସି ପ୍ରମାଣ ନଥିବା କହିଛନ୍ତି। ଏଣୁ ଏପରି ଔଷଧର କାରବାର ଓ ବିକ୍ରି ଉପରେ କଟକଣା ଲାଗିଛି। ଏଫଡିସି ଔଷଧ ଦୁଇ ଅଥବା ଅଧିକ କମ୍ବିନେସନ ହୋଇଥାଏ। ଏଗୁଡିକୁ କକଟେଲ ଔଷଧ ମଧ୍ୟ କୁହାଯାଏ।

{"id":797659,"sizeSlug":"full","linkDestination":"none"}

ଆମେରିକା ଓ ଅନ୍ୟ ଦେଶରେ ଏଫଡିସି ଔଷଧ ଉପରେ ରୋକ ରହିଛି। ତେବେ ଭାରତରେ ଯେତେ ଅଧିକ କମ୍ବିନେସନ ଔଷଧ ମିଳୁଛି ହୁଏତ ବିଶ୍ୱର ଅନ୍ୟ କୌଣସି ଦେଶରେ ଏତେ ଔଷଧ ମିଳେନା। ଏହି ସବୁ ଔଷଧର ଅନୁପାତ ଓ ଏଥି ଯୋଗୁ ପଡୁଥିବା ପ୍ରଭାବକୁ ନେଇ ଅନେକ ବାର ପ୍ରଶ୍ନ ଉଠିଥାଏ। ପ୍ରତ୍ୟେକ ଔଷଧ ଉପରେ ଏହାର ଫର୍ମେସନ ଅର୍ଥାତ ଜେନେରିକ ନାମ ଲେଖାଥାଏ। ଏଥିରୁ ଏହି ଔଷଧରେ କେଉଁ ସଲ୍ଟର ମିଶ୍ରଣ ରହିଛି ତାହା ଜାଣି ହୁଏ। ଏଣୁ ଔଷଧ କିଣିବା ବେଳେ ଏହାର କମ୍ବିନେସି ନିଶ୍ଚିତ ଦେଖିକି କିଣନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.